ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ସଦର ମହକୁମାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ସେହି ଅନୁଷ୍ଠାନର ରାତ୍ର ଜଗୁଆଳୀ ଭୁଜାଲିରେ ଆକ୍ରମଣ କରିଥିବା ଜଣା ପଡିଛି । ଭୁଜାଲି ଆକ୍ରମଣ ଅଧ୍ୟକ୍ଷ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଅଶୋକ ନାଏକ ନାମକ ଜଣେ ବ୍ୟକ୍ତି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ରାତ୍ରୀ ଜଗୁଆଳୀ ଭାବେ କାର୍ଯ୍ୟ କରିଆସୁଛନ୍ତି ।ତେବେ ଅଶୋକ ବହୁବାର ଛୁଟିରେ ରହିବା ପାଇଁ ଆବେଦନ କରନ୍ତି । ତାଙ୍କ ଛୁଟି ଆବେଦନକୁ ନାମାଞ୍ଜୁର କରି ଦିଆ ଯାଉ ଥିବାରୁ ଆଜି ଅପରାହ୍ନରେ ସେ ଉତ୍ୟକ୍ତ ହୋଇ ପ୍ରବଳ ମଦ୍ୟପାନ କରି ଏକ ଭୁଜାଲି ଧରି ଅନୁଷ୍ଠାନକୁ ଯାଇ ବିଭିନ୍ନ ପ୍ରକାରର ଗାଳି ଗୁଲଜ କରିବା ସହିତ କର୍ମଚାରୀ ମାନଙ୍କୁ ଭୟଭିତ କରିଥିଲେ । ଏହା ଦେଖି ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ସୁବାସ ଚନ୍ଦ୍ର ଦାସ ତାଙ୍କୁ ବାରଣ କରିଥିଲେ । ହେଲେ ହଠାତ ଅଶୋକ ଭୁଜାଲିରେ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିଲା । ଅଧ୍ୟକ୍ଷଙ୍କ ଡାହାଣ ହାତରେ ଭୁଜାଲି ବାଜି କ୍ଷତ ହୋଇଥିବାବେଳେ ସେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇଇଥିଲା । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରାତ୍ରୀ ଜଗୁଆଳୀ ଅଶୋକକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ଏଠାରେ ସୂଚନାଯୋଗ୍ୟ ୪ ମାସ ପୂର୍ବରୁ ଶିକ୍ଷକ ରାମକୃଷ୍ଣ ପରିଛାଙ୍କୁ ମଧ୍ୟ ସେ ଆକ୍ରମଣ କରିଥିଲା । ଆଉ ଏହି ଘଟଣାରେ ଏକ ମାମଲା ରୁଜୁ ସହିତ ଜଗୁଆଳି ଅଶୋକ ଗିରଫ ହୋଇଥିଲା । ଘଟଣା ପରେ ଅଶୋକ ନିଲମ୍ବନ ଓ ଅଧା ଦରମା ପାଉଥିଲା । ମାସକ ପୂର୍ବରୁ ଜଗୁଆଳି ଅଶୋକ କାର୍ଯ୍ୟରେ ଯୋଗଦାନ କରିବା ପରେ ମଧ୍ୟ ଆଚରଣ, କାର୍ଯ୍ୟରେ ଅବହେଳା ନେଇ ତାଗିଦ କରିବା ସତ୍ବେ ମଧ୍ୟ ତାର କୌଣସି ପରିବର୍ତ୍ତନ ହେଉନଥିଲା ।
What’s your Reaction?
+1
+1
+1
+1
+1
+1
+1