ଅପରାଧ ଉପ-ବାଚସ୍ପତିଙ୍କ ବାସଭବନ ଆଗରେ ପୁଲିସକୁ ଆକ୍ରମଣ(ଭିଡିଓ) Angul OnlineJuly 25, 2023July 25, 2023 ଅନୁଗୋଳ – ଅନୁଗୋଳ ବିଧାୟକ ତଥା ବିଧାନସଭା ଉପ – ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଗୋତମରା ବାସଭବନ ଆଗରେ ଦୁଇ ଜଣ ଯୁବକଙ୍କ ଉନ୍ମତକାଣ୍ଡ । ମଦ୍ୟପାନ କରି ଦୁଇ ଯୁବକ ଅଭଦ୍ର ଭାଷାରେ ଗାଳି ଗୁଳଜ କରିବା ସହ ଭୁଜାଲି ବୁଲାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପରେ ପୁଲିସକୁ ମଧ୍ୟ ଛାଡି ନଥିଲେ ଦୁର୍ବୃତ୍ତ । ହରେଶ ଚନ୍ଦ୍ର ଦଳେଇ ନାମକ ଜଣେ ଏ ଏସ ଆଇ ଓ ଅନ୍ଯ ଜଣେ ପୁଲିସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରାୟ 15 ମିନିଟ କାଳ ଏଭଳି ଆକ୍ରମଣ କରି ଚାଲିଥିଲେ ମଧ୍ୟ ସ୍ଥାନୀୟ ଲୋକ ଦେଖଣାହାରୀ ପାଳଟିଥିଲେ । କେହି ଛଡ଼ାଇବାକୁ ମଧ୍ୟ ସାହସ କରି ନଥିଲେ । ଏଥିରେ ଦୁଇ ପୁଲିସ କର୍ମଚାରୀ ଆହତ ମଧ୍ଯ ହୋଇଛନ୍ତି । ପରେ ବଅଁରପାଳ ପୁଲିସ ସଦଳବଳ ପହଂଚି ଦୁଇ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଉଭୟ ଯୁବକଙ୍କୁ ଗିରଫ କରିଛି । ଗିରଫ ଦୁଇ ଯୁବକ ଗୋତମରା ଗାଁର ସିପୁନ ଭୋଇ ଏବଂ ଦିପକ ଭୋଇ ବୋଲି ଜଣା ପଡିଛି । https://angulonline.com/wp-content/uploads/2023/07/WhatsApp-Video-2023-07-25-at-22.19.03.mp4 Advertisement
ଯୁବକଙ୍କୁ ଗଳା କାଟି ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ…
ଘର ତାଲା ଭାଙ୍ଗି ଲୁଟି ନେଲେ ଟଙ୍କା , ସୁନା , ସ୍କୁଟି ସହ ବାସନକୁସନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମହାଦେବବିହାର ଅଞ୍ଚଳରେ ଘର ଲୋକ ନଥିବା ବେଳେ ତାଲା ଭାଙ୍ଗି ଏକ ବଡ଼ ଧରଣର ଲୁଟ ହୋଇଛି । ଖବର…
ଡ୍ୟାମରୁ କରୋନା ସଂକ୍ରମିତଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ରାଇଝରଣ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କୋଭିଡ ପଜିଟିଭ ଚିହ୍ନଟ ଜଣେ ବ୍ୟକ୍ତିଙ୍କ ମୃତଦେହ…