ମୁଖ୍ୟ ଖବର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ – ଦୁଇ ଗୋଷ୍ଠୀ ହତାହାତୀ Angul OnlineFebruary 27, 2023February 27, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ ମାରିବା ଏବଂ ଉଭୟ ପକ୍ଷ ହାତାହାତୀ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ , ତାଳଚେର ବ୍ଲକର ଘଣ୍ଟପଡ଼ା ଓ ଟେଣ୍ଟୋଲୋଇ ଗାଁ ମଧ୍ୟସ୍ଥଳରେ ଏକ କୋଲ୍ ୱାସରିକୁ ନେଇ ତାଳଚେର ଅଞ୍ଚଳରେ ତିନି ଦିନ ହେଲା ଆନ୍ଦୋଳନ ଚାଲିଥିଲା। ତେଣୁ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଶାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଭିତରେ ବୈଠକ ଶେଷ ହୋଇଥିଲା । ଏହାପରେ ସମସ୍ତେ ବାହାରକୁ ଆସିଥିଲେ । ଏହୂ ସମୟରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ଆଗରେ ୨୧ ନଂ ଜିଲ୍ଲାପ ରିଷଦ ଜୋନର ସଭ୍ୟା ସତ୍ୟଭାମା ସାହୁଙ୍କୁ ଜଣେ ସପକ୍ଷବାଦୀ ଧକ୍କା ମାରିବା ସହ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର ଅପରାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ସମୟ ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ହାତାହାତୀ ହୋଇଥିଲା । ପାଟି ଶୁଣି ଜିଲ୍ଲାପାଳ ବାହାରକୁ ଆସି ଏଥିରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଥଣ୍ଡା ପଡ଼ିଥିଲା । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ପୁଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିଲା । ଏହାକୁ ନେଇ ଅନୁଗୋଳ ରାଜନୀତି ସରଗରମ ହୋଇଛି । ଜିଲ୍ଲା ପରିଷଦ ସଭ୍ୟା ସତ୍ୟଭାମା ସାହୁ ଅନୁଗୁଳ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ଯେ, ରାକେଶ ପ୍ରଧାନ ନାମକ ଜଣେ ଯୁବକ ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ । ତାଙ୍କୁ ରକ୍ଷା କରିବା ପାଇଁ ଆସିଥିବା ରଂଜିତା ସାହୁଙ୍କୁ ସୁନୀଲ ବିଶ୍ବାଳ, ଅବିନାଶ ସାହୁ ଓ ଅଶୋକ ଦାସ ମାରପିଟ୍ କରିବା ସହ ଟଣାଓଟଣା କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଅଭିଯୋଗର ତଦନ୍ତ ଆରମ୍ଭ କରିଛି। ସେହିଭଳି ଅପରପକ୍ଷରୁ ଘଣ୍ଟପଡ଼ା ସରପଞ୍ଚ ସଶ୍ମୀତା ବିଶ୍ବାଳ ଅନୁଗୁଳ ଥାନାରେ ପାଲଟା ଅଭିଯୋଗ କରିଛନ୍ତିଯେ ତାଙ୍କୁ ବିପକ୍ଷବାଦୀମାନେ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ପୁଲିସ ଉଭୟ ପକ୍ଷଙ୍କ ଅଭିଯୋଗକୁ ଗ୍ରହଣକରି ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ଏକ କୋଲ୍ ୱାସରିକୁ ନେଇ ୨ ଗୋଷ୍ଠୀ ଭିତରେ କିଛିଦିନ ହେଲା ବିବାଦ ଦେଖା ଦେଇଛି । ଏହି କୋଲ ୱାସରିକୁ ଗୋଟିଏ ଗୋଷ୍ଠୀ ସମର୍ଥନ କରୁଛନ୍ତି । ପ୍ରଦୂଷଣ ହେଉଛି କହି ଅନ୍ୟ ଏକ ଗୋଷ୍ଠୀ ବିରୋଧ କରୁଛନ୍ତି । Advertisement
ସାମାନ୍ୟ କଳହରୁ ସାନଭାଇକୁ ହାଣିଦେଲା ବଡଭାଇ ! ଅନୁଗୁଳ – ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି ।…
ଦାୟିତ୍ଵରେ ଅବହେଳା ପଡିଲା ମହଙ୍ଗା – ନିଲମ୍ବିତ ହେଲେ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୁଗୁଳ – ଦାୟିତ୍ୱରେ ଅବହେଳା କରିଥିବାରୁ ବାରଗୌଣିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଅର୍ଜୁନ କୁମାର ପୃଷ୍ଟି ଓ ପାଲଲହଡା ବ୍ଲକରେ ଅବସ୍ଥାପିତ ପଞ୍ଚାୟତ…
ଦୁଇ ମଟରସାଇକେଲ ମୁହାଁ ମୁହିଁ ଧକ୍କା , ନାବାଳିକା ମୃତ,୩ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଭଟ୍ଟପାଳ ଗ୍ରାମ ଠାରେ ଗୁରୁବାର ମଧ୍ୟାହ୍ନରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ…