ଅପରାଧ ନବ ନିର୍ବାଚିତ ସରପଞ୍ଚଙ୍କ ସମେତ ପରିବାରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ Angul OnlineMarch 24, 2022March 24, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମ ରେ ନବ-ନିର୍ବାଚିତ ସରପଞ୍ଚଙ୍କ ସମେତ ପରିବାରର ୪ ଜଣଙ୍କୁ ଆକ୍ରମଣ ହୋଇଛି । ରଜଡଙ୍ଗ ଗ୍ରାମରେ ସପ୍ତଦୋଳ ମେଳଣ ଯାତ୍ରା ଚାଲିଥିବା ବେଳେ ଘର ସମ୍ମୁଖରେ ଛିଡ଼ା ହୋଇଥିବା ସରପଞ୍ଚଙ୍କ ପରିବାରକୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ଆଜି ସନ୍ଧ୍ୟା ବେଳେ ଖମାର ଥାନା ରଜଡଙ୍ଗ ଗାଁରେ ସପ୍ତ ଦୋଳ ମେଳଣ ଯାତ୍ରା ଚାଲିଥିଲା । ଯାତ୍ରା ଦେଖିବା ପାଇଁ ନବ ନିର୍ବାଚିତ ସରପଞ୍ଚ ବିଦ୍ୟାଭାରତୀ ସାମଲଙ୍କ ସହ ସ୍ୱାମୀ ସଞ୍ଜୟ କୁମାର ସାମଲ, ତାଙ୍କ ଭାଇ ବ୍ରଜମୋହନ ସାମଲ, ଅନ୍ୟଜଣେ ଭାଇ ସରୋଜ ସାମଲ ଓ ଭାଉଜ ନିରୂପମା ସାମଲ ନିଜ ଘର ସାମ୍ନାରେ ଠିଆ ହୋଇଥିଲେ । ଠିକ୍ ଏହି ସମୟରେ ଦୁଇଟି ମୋଟରସାଇକେଲରେ ୫ ଜଣ ଯୁବକ ଆସି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ । ଫଳରେ ସରପଞ୍ଚଙ୍କ ପରିବାରର ୪ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଖବର ପାଇ ଖମାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି I ତେବେ ରାଜନୈତିକ ଶତୃତା କି ପୂର୍ବ ଶତୃତାରୁ ଏହି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି । ସେପଟେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗାଁ ରେ ପୁଲିସ ମୁତୟନ କରା ଯାଇଛି । Advertisement
ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ହରିଚନ୍ଦନପୁର ଗ୍ରାମ ନିକଟସ୍ଥ ଥିବା ଜଙ୍ଗଲରୁ ଜଣେ ନାବାଳକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ନାବାଳକ…
ସାଙ୍ଗ ଭଉଣୀଙ୍କୁ ଅପହରଣ ଓ ଦୁଷ୍କର୍ମକରି ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ…
ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ତିନି ଲୁଟେରା ଗିରଫ ଅନୁଗୁଳ – ଅନୁଗୁଳ ପୁଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ପୂର୍ବରୁ ଅନେକ ଲୁଟ , ଛିନତାଇ ମାମଲାରେ ଏହି ଲୁଟେରା ମାନେ…