ମୁଖ୍ୟ ଖବର ଉପ-ବାଚସ୍ପତିଙ୍କ ପୁଅ ଅରୁଣାଭଙ୍କୁ ଆକ୍ରମଣ ଉଦ୍ୟମ – ଦୁଇ ଅଟକ Angul OnlineJune 5, 2021June 5, 2021 ଅନୁଗୁଳ – ଉପ-ବାଚସ୍ପତିଙ୍କ ପୁଅଙ୍କୁ ଆଜି ରାତି ପ୍ରାୟ ୧୦ ଟା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ ଉଦ୍ୟମ କରିଥିବା ଜଣା ପଡିଛି । ଆକ୍ରମଣ ଉଦ୍ୟମକାରୀ ଦୁଇ ଜଣଙ୍କୁ କାବୁ କରି ପୁଲିସର ଜିମା ଦେଲେ ଲୋକେ । ସୂଚନା ଅନୁସାରେ ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାନସଭା ମଣ୍ଡଳୀ ବିଧାୟକ ରଜନୀକାନ୍ତ ସିଂହଙ୍କ ପୁଅ ଅରୁଣାଭ ସିଂହ ତାଙ୍କ ଗାଁ ଗୋତମରା ଘର ଆଗରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ ଉଦ୍ୟମ କରିଥିଲେ । ଆକ୍ରମଣକାରୀଙ୍କ ଆକ୍ରମଣରୁ ସୌଭାଗ୍ୟ ବଶତଃ ଅରୁଣାଭ ବର୍ତ୍ତୀ ଯାଇଛନ୍ତି । ତେବେ ୫ ଜଣ ଦୁର୍ବୃତ୍ତ ସେଠାରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ଅନ୍ୟ ଦୁଇ ଜଣଙ୍କୁ ଲୋକ କାବୁ କରି ନେଇଥିଲେ । ସେମାନଙ୍କ ନିକଟରୁ ୨ ଟି ମଧ୍ୟ ଛୁରି ଜବତ ହୋଇଛି । ଅରୁଣାଭ ଏ ନେଇ ବଅଁରପାଳ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଦୁର୍ବୃତ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି । ତେବେ ଏହି ଆକ୍ରମଣ ଉଦ୍ୟମ ପଛରେ କଣ ଅଛି ତାହା ଜଣା ପଡି ନାହିଁ । Advertisement
ଗଛ ଉପରେ ଚଢିଗଲେ ବୃଦ୍ଧା – ନାକେଦମ ପରିବାର ଓ ଗ୍ରାମବାସୀ ଅନୁଗୁଳ – ୩୦ ଫୁଟ ଉଚ୍ଚ ନିମ୍ବ ଗଛକୁ ଚଢ଼ିଗଲେ ବୃଦ୍ଧା ହେଲେ ଓହ୍ଲାଇ ନ ପାରି ଘଣ୍ଟାଏ କାଳ ବସି ରହିଲେ ଗଛ ଉପରେ ।…
ଓକିଲ ସଂଘ ନିର୍ବାଚନ – ଦିଲ୍ଲୀପ , ନଗେନ ଓ ସୁଶାନ୍ତ ସଭାପତି ଅନୁଗୋଳ – ୱାନ ବାର ୱାନ ଭୋଟ ଅନୁଯାୟୀ ଆଜି ରାଜ୍ୟର ବିଭିନ୍ନ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ଏହି କ୍ରମରେ ଅନୁଗୋଳ…
ଅଜଣା ଗାଡି ଧକ୍କାରେ ଜଣେ ମୃତ, ତିନି ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ମେଡିକାଲ ନିକଟସ୍ଥ ୧୪୯ ନଂ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାରର ତିନିଜଣ…