ତଣ୍ଟି ଚିପି ପିଇସିକୁ ହତ୍ୟା କଲା ପୁତୁରା , ହତ୍ୟା ପରେ କଲା ଆତ୍ମସମର୍ପଣ

ତଣ୍ଟି ଚିପି ପିଇସିକୁ ହତ୍ୟା କଲା ପୁତୁରା , ହତ୍ୟା ପରେ କଲା ଆତ୍ମସମର୍ପଣ

ପାଲଲହଡା – ଶୁକ୍ରବାର ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡର ଉପାନ୍ତ ଅଞ୍ଚଳ ନଗିରା ପଞ୍ଚାୟତ ତନଗୁଳା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି ନିଜ ପିଇସିକୁ ଜଣେ ପୁତୁରା ତଣ୍ଟି ଚିପି ହତ୍ୟା କରିଛି ପରେ ଅଭିଯୁକ୍ତ ପୁତୁରା ଜଣଙ୍କ ନିଜେ ପାଲଲହଡା ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତିରେ ତନଗୁଳା ଗାଁର ପୁଟୁକି ଦେହୁରୀ ନାମକ ଜଣେ ମହିଳା ଘରେ ଏକା ଥିବା ସମୟରେ ନିଜ ସମ୍ପର୍କୀୟ ପୁତୁରା ରଞ୍ଜା ଦେହୁରୀ ତାଙ୍କ ଘରକୁ ଆସିଥିଲା । ତେବେ ସେଠାରେ ଉଭୟଙ୍କ  ମଧ୍ୟରେ  କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ରଞ୍ଜା ନିଜ ପିଇସି, ପୁଟୁକିକୁ ତଳେ ପକାଇ ତଣ୍ଟି ଚିପି ହତ୍ୟା କରିଥିଲା ପୁଟୁକି ନିସ୍ତେଜ ହୋଇଯିବା ପରେ ରଞ୍ଜା ମୃତ ପୁଟୁକିର ମୃତଦେହକୁ ଘରର ଏକ କୋଣ ରେ ରଖି ଦେଇଥିଲା ଶୁକ୍ରବାର ରଞ୍ଜା ପାଲଲହଡା ଥାନାରେ ପହଞ୍ଚି ସମସ୍ତ କଥା କହିବା ସହ ରାଗରେ ସେ ନିଜ ସମ୍ପର୍କୀୟ ଅପାକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା ଅନ୍ୟପଟେ ମୃତ ପୁଟୁକି ଦେହୁରୀଙ୍କ ସ୍ୱାମୀ ଆକୁଳ ଦେହୁରୀ ଅନୁଗୁଳର କୌଣସି ସ୍ଥାନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାରୁ ସେ ଏ ବିଷୟ ରେ ଶୁକ୍ରବାର ଖବର ପାଇବା ପରେ ଏ ଘଟଣା ସମ୍ପର୍କରେ ପାଲଲହଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରେ ଥାନା ଅଧିକାରୀ କିଶୋର କୁମାର ସାମଲ ଏକ ଟିମ ଗଠନ କରି ଉକ୍ତ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପୁଲିସ ପଠାଇଛି ଅନ୍ୟପଟେ ପାରିବାରିକ କଳହ ପାଇଁ ଏହି ହତ୍ୟାକାଣ୍ଡ ହୋଇଥାଇ ପରେ ବୋଲି ପୁଲିସ ଅନୁମାନ କରୁଥିବାବେଳେ ଏ ଘଟଣାରେ ଏକ ମାମଲା ରୁଜୁ କରି  ଅଭିଯୁକ୍ତ ପୁତୁରା ରଞ୍ଜାକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ କିଶୋର କୁମାର ସାମଲ କହିଛନ୍ତି  

 

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply