ମୁଖ୍ୟ ଖବର ପଇଡ ପଡି ଶିଶୁ କନ୍ୟା ମୃତ Angul OnlineAugust 18, 2024August 18, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମାମୁରା ଗାଁରେ ଅଘଟଣ । ମୁଣ୍ଡରେ ପଇଡ ପଡି ୭ ମାସର ଶିଶୁକନ୍ୟା ମୃତ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଅର୍ଜୁନଧରା ଗ୍ରାମର କୁନା ପ୍ରଧାନ ଆଠମଲ୍ଲିକ ଥାନା ଅନ୍ତର୍ଗତ ହେମାମୁରା ଗ୍ରାମରେ ବିବାହ କରିଛନ୍ତି । ତାଙ୍କର ସାତ ମାସର ଶିଶୁ କନ୍ୟାଟିଏ ଅଛି । କୁନାଙ୍କ ସ୍ତ୍ରୀ ତାଙ୍କ ବାପ ଘର ହେମାମୁରା ଗ୍ରାମକୁ ଯାଇଥିବା ବେଳେ ରବିବାର ସକାଳେ ଗୋଟିଏ ପଇଡ ଉକ୍ତ ସାତ ମାସର ଶିଶୁ କନ୍ୟା ଉପର ଖସି ପଡ଼ିଥିଲା । ଯାହା ଫଳରେ ପରିବାର ଲୋକ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା । Advertisement
ଖାଲି ପଡ଼ିଛି ବହୁ ପୁଲିସ ପଦବୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ରହିଥିବା ଥାନା ଗୁଡିକକରେ ଖାଲି ପଡ଼ିଛି ଅନେକ ପୁଲିସ୍ ପଦବି । ଏସ୍ଇରୁ ଏଏସ୍ଆଇ , ହାବିଲ୍ଦାରରୁ କନେଷ୍ଟବଳ ପର୍ଯ୍ୟନ୍ତ ଡ୍ରଜନ…
ବିଜେଡ଼ିରୁ ପୁଣି ଦୁଇ ନିଲମ୍ବିତ ଅନୁଗୁଳ – ବିଜେଡିରେ ଦଳ ବିରୋଧୀ କାମ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ପୌର…
ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅନୁଗୁଳ ଛାତ୍ର ଅନୁଗୁଳ – ଅନୁଗୁଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ…