ପାଲଲହଡା କପ – ବାଗଡିଆ ଚମ୍ପିୟାନ

ପାଲଲହଡା କପ – ବାଗଡିଆ ଚମ୍ପିୟାନ

ପାଳଲହଡ଼ା – ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିୟମ ଠାରେ ଚାଲିଥିବା ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଉଦ୍‌ଯାପିତ ହୋଇ ଯାଇଛି । ୭ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବାଗଡ଼ିଆ ଓ ସମ୍ବଲପୁର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ବାଗେଡ଼ିଆ ଦଳ ସମ୍ବଲପୁର ଫୁଟବଲ୍‌ କ୍ଲବକୁ ୧-୦ ଗୋଲରେ ପରାସ୍ତ କରି ଚଳିତବର୍ଷର ଚାମ୍ପିଅନ୍ ହୋଇଥିଲା । ଆୟୋଜକ ଫୁଟବଲ୍ କ୍ଲବର ସଭାପତି ନେତ୍ରାନନ୍ଦ ମହାକୁଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି, ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳ ସ୍ବତନ୍ତ୍ର ଅତିଥି ଓ ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ଆଦି ଉପସ୍ଥିତ ରହି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply