ମୁଖ୍ୟ ଖବର ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ ବୈତୁରା ଦୀପଙ୍କ ବଦଳି Angul OnlineSeptember 23, 2021September 23, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦୀପଙ୍କ ବଦଳି ହୋଇଛି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟରଭାବେ କାର୍ଯ୍ୟ କରୁଥିବା ଦୀପଙ୍କୁ ଅନୁଗୁଳର ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ ବୈତୁରା ଦୀପଙ୍କୁ ବଦଳି କରାଯାଇଥିବା ବେଳେ ଛେଣ୍ଡିପଦାଠାରେ ତାଙ୍କ ମୁଖ୍ୟାଳୟ ରହିବ ବୋଲି ଜଣା ପଡିଛି । ତାଙ୍କର ଏହି ବଦଳି ପରେ ପ୍ରଥମ ଥର ପାଇଁ ଛେଣ୍ଡିପଦାରେ ଅତିରିକ୍ତ ଉପ-ଜିଲ୍ଲାପାଳ ପଦବୀ ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ଆଗକୁ ଅନେକ କୋଇଲା ଖଣି ଆରମ୍ଭ ହେବାକୁ ଯାଉଥିବାରୁ ଏହି ପଦବୀ ସୃଷ୍ଟି କରାଯାଇଥିବା ଅନୁମାନ କରାଯାଉଛି । ଅପରପକ୍ଷେ ଆଠମଲ୍ଲିକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଡ କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଲମ୍ବୋଦର ମାରାଣ୍ଡିଙ୍କୁ ପାଲଲହଡ଼ା ତହସିଲଦାର ଭାବେ ବଦଳି କରାଯାଇ ଥିବା ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । Advertisement
ଗ୍ୟାସ ରିଫିଲିଙ୍ଗ ବେଳେ ଅଗ୍ନିକାଣ୍ଡ – ଜଳିଗଲା ସମ୍ପୁର୍ଣ୍ଣ ଦୋକାନ ଅନୁଗୁଳ – ଅନଗୁଳ କାଲଟାକ୍ସ ଛକ ନିକଟରେ ଥିବା ଏକ ଦୋକାନରେ ଗ୍ୟାସ ରିଫିଲିଙ୍ଗ ବେଳେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଦରେ ଦୋକାନଟି ସମ୍ପୁର୍ଣ୍ଣ ଜଳି ଯାଇଥିବା…
ଛୁଆ ହାତୀର ମୃତଦେହ ଠାବ ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ ଲବଙ୍ଗୀ -୧ ବିଟର ଜୁକୁବୁ ଠାରେ ଏକ ଛୁଆ ହାତୀର ମୃତଦେହ ଠାବ ହୋଇଛି । ମୃତ ଛୁଆ…
ବାହାଘର ଶୋଭାଯାତ୍ରା ବେଳେ ବାଣ ଫୁଟି ଜଣେ ମୃତ କଣିହାଁ – ବିବାହ ଶୋଭାଯାତ୍ରାରେ ବାଣ ଫୁଟାଉ ଥିବା ବେଳେ ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ଶୁସୁବା ଗ୍ରାମପଞ୍ଚାୟତ…