ମୁଖ୍ୟ ଖବର ଓଲଟିଲା ବାଜାପାର୍ଟି ଗାଡି – ୬ ଗୁରୁତର , ୧୨ ଆହତ Angul OnlineMarch 10, 2021March 10, 2021 ଛେଣ୍ଡିପଦା – ଅନୁଗୁଳ-ଛେଣ୍ଡିପଦା ୬୩ ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଗଉଡୁଣି ନାଳ ପାଖରେ ଭାରସାମ୍ୟ ହରାଇ ବିବାହ କାର୍ଯ୍ୟକ୍ରମକୁ ଯାଉଥିବା ଏକ ବାଜାପାର୍ଟି ପିକଅପ ଗାଡି ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ୧୨ ଜଣ ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବାରମଞ୍ଚା ଗ୍ରାମର ୨୦ ଜଣ ବାଜାବାଲାଙ୍କୁ ନେଇ ଏକ ପିକଅପ (ଓଡ଼ି-୦୫-ଏବି-୯୪୦୮) ନୂଆପଡା ଗ୍ରାମରୁ କଙ୍କରେଇ ଗ୍ରାମକୁ ବିବାହ କାର୍ଯ୍ୟକ୍ରମରେ ବାଜା ବଜେଇବାକୁ ଯାଉଥିଲେ । ତେବେ ଯିବା ବାଟରେ ଛେଣ୍ଡିପଦା ଗଉଡୁଣି ନାଳ ପୋଲ ପାଖରେ ପିକଅପ ଗାଡିଟି ଭାରସାମ୍ୟ ହରେଇ ଗାଡି ଓଲଟିପଡିଥିଲା । ଦୁର୍ଘଟଣା ପରେ ସେହି ରାସ୍ତା ଯାଉଥିବା ଲୋକ, ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଦୁର୍ଘଟଣା ଗ୍ରସ୍ତ ଆହତ ଲୋକମାନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ମାନେ ବାରମଞ୍ଚା ଓ ଆଉଁଳି ବୋଲି ଜଣା ପଡିଛି । ସେମାନଙ୍କ ମଧ୍ୟରୁ ଅବସ୍ଥା ଗୁରୁତର ଥିବାରୁ ବାଲ୍ମୀକି ମୁଖୀ, କାଳିଆ ମୁଖୀ, କନ୍ଦର୍ପ ମୁଖୀ, କୁନା ମୁଖୀ, ଦୁଃଶାସନ ମୁଖୀ, ସିଦ୍ଧାନ୍ତ ମୁଖୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରି ଘଟଣାର ତଦନ୍ତ କରୁଛି । Advertisement
ଦଲାଲ ସାଜି ନିଲମ୍ବନ ହେଲେ ସରକାରୀ ବାବୁ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟରେ ଦଲାଲ ସାଜି ନିଲମ୍ବନ ହୋଇଛନ୍ତି ସରକାରୀ ବାବୁ । ଗତ କିଛି ଦିନ ହେବ ସାମାଜିକ…
ଜଙ୍ଗଲ ନିଆଁରେ ଜଳିଗଲା ୬ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଯଦୁପୁର ବିଟ ନିକଟରେ ଜଙ୍ଗଲ ଜଳୁଛି । ବିଗତ ଚାରି ଦିନ ହେଲା ଜଙ୍ଗଲ ନିଆଁ ଜଳୁଥିଲେ ହେଁ…
ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାପୁଜୀ ମହାବିଦ୍ୟାଳୟ ପୋଲ ନିକଟରୁ ତିନି ଦିନ ପୂର୍ବରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି…