ଅନୁଗୁଳ – ନିଜ ନାମରେ ଜାଲିଆତି କରି ବ୍ୟାଙ୍କରୁ ଟଙ୍କା ହଡପ ଅଭିଯୋଗରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ । ଗିରଫ ମ୍ୟାନେଜର ନବ କିଶୋର ଧାରୁଆଙ୍କୁ ଛେଣ୍ଡିପଦା ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଓଡିଶା ଗ୍ରାମ୍ୟ ବ୍ୟାଙ୍କ , ଖମାର ଶାଖାରେ ନବ କିଶୋର ଧାରୁଆ ୨୦୧୭-୧୮ ମସିହାରେ ମ୍ୟାନେଜର ଥିଲେ । ସେ ସେଠାରେ ମ୍ୟାନେଜର ଥିବା ବେଳେ ନିଜ କ୍ଷମତାର ଅପବ୍ୟବହାର କରି ୧୬ ଲକ୍ଷ ୫୦ ହଜାର ଟଙ୍କା ହରିଲୁଟ କରିଥିବା ପରବର୍ତ୍ତୀ ସମୟରେ ଦାୟିତ୍ଵ ନେଇଥିବା ବ୍ୟାଙ୍କର ମ୍ୟାନେଜର ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଧାରୁଆ ନିଜ ନାମରେ ଦୁଇଟି ଋଣ ଓ ତାଙ୍କ ଜଣେ ସମ୍ପର୍କୀୟ ପୁଲସ୍ତି ଧାରୁଆଙ୍କ ନାମରେ ଗୋଟିଏ ଋଣ କରି ହଡପ କରିଥିଲେ । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ନବ କିଶୋର ଧାରୁଆଙ୍କୁ ଛେଣ୍ଡିପଦା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
What’s your Reaction?
+1
3
+1
+1
1
+1
+1
9
+1
1
+1
1