ରାଜନୀତି ତାଳଚେରରେ ବାପୁ , ଅନୁଗୁଳରେ କିଏ ? Angul OnlineApril 12, 2024April 12, 2024 ଅନୁଗୁଳ – ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡ଼ିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋରଙ୍କ ନାମ ଘୋଷଣା କରାଯାଇଛି । ଯାହା ଫଳରେ ବ୍ରଜ ପ୍ରଧାନ ଅନୁଗୁଳରେ ପ୍ରାର୍ଥୀ ହେବେ ବୋଲି ଯେଉଁ ଦ୍ଵନ୍ଦ ଥିଲା ତାହା ଦୂର ହୋଇଛି । ଯାହାକୁ ନେଇ ବ୍ରଜଙ୍କ କର୍ମୀ ମାନେ ବେଶ ଖୁସି ହେବା ସହ ଉତ୍ସାହିତ ହୋଇ ପଡିଛନ୍ତି । ଏପଟେ ଟିକେଟ ପାଇବା ପରେ ବ୍ରଜ କିଶୋର ନିଜ ପ୍ରତିକ୍ରିୟାରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ତାଳଚେରବାସୀଙ୍କ ଅପାର ଆଶ୍ରିବାଦ ଯୋଗୁଁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆଉଥରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି କହିଛନ୍ତି । ମା ହିଙ୍ଗୁଳା ଓ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ସେ ଜିତିବା ପରେ ଅଧୁରା ଥିବା ତାଳଚେର ମେଡିକାଲ ଓ ରେଳ ଷ୍ଟେସନର ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି । ତେବେ ଆଜି ତାଳଚେର ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ମଧ୍ୟ ଅନୁଗୁଳ ବିଧାନସଭା ପ୍ରାର୍ଥୀ ଘୋଷଣା ହୋଇ ନଥିବାରୁ ପୁଣି ସସପେନ୍ଶ ବଢିଛି । କିଏ ହେବ ଅନୁଗୁଳର ପ୍ରାର୍ଥୀ , କାହା ଉପରେ ଦଳ ଭରସା କରି ଟିକେଟ ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ୨୦୦୪ ରୁ ଲଗାତାର ଭାବେ ଜିତ୍ୟ ଆସୁଥିବା ରଜନୀକାନ୍ତ ସିଂହଙ୍କୁ ଦଳ ଟିକେଟ ଦେବ ନା ନାହିଁ ତାହା ସ୍ପଷ୍ଟ ହେଉ ନଥିବାରୁ ରଜନୀକାନ୍ତ କିଛିଦିନ ତଳେ ତାଙ୍କ ଅନୁଗତ ମାନଙ୍କୁ ଭୁବନେଶ୍ବର ନେଇ ନିଜ ବଳ ଦେଖାଇବାକୁ ଚେଷ୍ଟା କରିଥିଲେ । ତାହା ଦଳ ଉପରେ ଯେତିକି ପ୍ରଭାବ ପକାଇ ପାରି ନାହିଁ ବଂର ବୁମେରାଙ୍ଗ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଅନୁଗୁଳର ଜଣେ ବିଶିଷ୍ଠ ଶିକ୍ଷାବିଦ ଟିକେଟ ଲବିରେ ଥିବା ଶୁଣା ଯାଉଛି । ତାଙ୍କ ସହ କଂଗ୍ରେସର ଜଣେ ବରିଷ୍ଠ ନେତା ଖୁବଶୀଘ୍ର ବିଜେଡିରେ ସାମିଲ ହେବେ ଆଉ ଦଳ ପକ୍ଷରୁ ଟିକେଟ ନେବେ ବୋଲି ଶୁଣିବାକୁ ମିଳୁଛି । ସେପଟେ ରଜନୀକାନ୍ତ ସିଂହଙ୍କ ଧର୍ମପତ୍ନୀ ସଞ୍ଜୁକ୍ତା ସିଂହଙ୍କୁ ମଧ୍ୟ ଦଳ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ସେ ଯାହା ହେଉ ନା କାହିଁକି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ନ ହେବା ଯାଏ ଲୋକଙ୍କୁ ମନରୁ ଦ୍ଵନ୍ଦ ଦୂର ହେଉ ନାହିଁ । Advertisement
ଢେଙ୍କାନାଳ ଲୋକସଭା ଆସନ ପାଇଁ ଦ୍ୱନ୍ଦ୍ବରେ ୩ ଦଳ – ସରୁନି ପ୍ରାର୍ଥୀ ଖୋଜା ଅନୁଗୁଳ – ଢେଙ୍କାନାଳ ଲୋକସଭା ଆସନ ନେଇ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ପୁରୁଣାଙ୍କୁ ପୁଣି ଭରସା…
କଂଗ୍ରେସ ଜଣେ ଉଦୀୟମାନ ଛାତ୍ର ନେତାଙ୍କୁ ହରାଇଲା ଅନୁଗୁଳ – ଗତକାଲି ବିହାର ପାଟନାସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଅନୁଗୁଳ କଂଗ୍ରେସର ଜଣେ ଉଦୀୟମାନ ଛାତ୍ର ନେତା ଫାରୁକଙ୍କ ମୃତ୍ୟୁ ହୋଇଛି । ସେ ବିଗତ…
ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଗର୍ଜିଲା କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟରେ ହେଉଥିବା ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ…