ମୁଖ୍ୟ ଖବର ଓକିଲ ସଂଘ ନିର୍ବାଚନ – ଦିଲ୍ଲୀପ , ନଗେନ ଓ ସୁଶାନ୍ତ ସଭାପତି Angul OnlineMarch 25, 2023March 25, 2023 ଅନୁଗୋଳ – ୱାନ ବାର ୱାନ ଭୋଟ ଅନୁଯାୟୀ ଆଜି ରାଜ୍ୟର ବିଭିନ୍ନ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ଏହି କ୍ରମରେ ଅନୁଗୋଳ ଜିଲ୍ଲାର ତାଳଚେରକୁ ବାଦ ଦେଲେ ଅନୁଗୋଳ , ଛେଣ୍ଡିପଦା ଓ ଆଠମଲ୍ଲିକ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ଆଜି ହୋଇଥିବା ନିର୍ବାଚନରେ ଅନୁଗୋଳ ଓକିଲ ସଂଘ ଭାବେ ସଭାପତି ଦିଲ୍ଲୀପ କୁମାର ସାହୁ , ଉପ-ସଭାପତି ଭାବେ ନିରୋଦ ମିଶ୍ର , ସଂପାଦକ ଭାବେ ହିମାଂଶୁ ସାମଲ , ସହ-ସଂମ୍ପାଦକ ଭାବେ ପ୍ରେମାନନ୍ଦ ସାହୁ , କୋଷାଧ୍ୟକ୍ଷ ଭାବେ ପ୍ରଦୀପ କୁମାର ପ୍ରଧାନ , ସାଂସ୍କୃତିକ ସଂପାଦକ ଭାବେ ପ୍ରଦୀପ ଚନ୍ଦ୍ର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ସେହିଭଳି ଆଠମଲ୍ଲିକ ଓକିଲ ସଂଘ ନିର୍ବାଚନରେ ସୁଶାନ୍ତ ମହାପାତ୍ର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଜିତେନ୍ଦ୍ର କୁମାର ମୁଖୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନରେ ନଗେନ କୁମାର ନନ୍ଦ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ପଦବିରେ ନକୁଳ ମାଝୀ , ସହ ସମ୍ପାଦକ ପଦବିରେ ନିକୁଞ୍ଜ କିଶୋର ପ୍ରଧାନ ବିଜୟୀ ହୋଇଛନ୍ତି । ସେହିପରି ନିର୍ଦ୍ଵନ୍ଦରେ ଓକିଲ ସଂଘର ସାଧାରଣ ସମ୍ପାଦକ ଭାବେ ଶରତ ଚନ୍ଦ୍ର ପ୍ରଧାନ ଓ କୋଷଧକ୍ଷ ଭାବେ ଅଶୋକ କୁମାର ଦ୍ବିବେଦୀ ନିର୍ବାଚିତ ହୋଇଛନ୍ତି । Advertisement
ବାଜିବନି ଡିଜେ ଫୁଟିବନି ବାଣ ଅନୁଗୁଳ – ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଗୁଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି…
ଅଣ୍ଡା ଖାଇ ୨୪ ଛାତ୍ରୀ ଅସୁସ୍ଥ ଆଠମଲ୍ଲିକ – ମଧ୍ୟାହ୍ନ ଭୋଜନ ଖାଇ ୨୪ ଛାତ୍ରୀ ଗୁରୁତର ହୋଇଥିବା ଜଣା ପଡ଼ିଛି । ଅନୁଗୋଳ ଜିଲ୍ଲାର ଅଙ୍ଗପଡା ଆଦିବାସୀ ଛାତ୍ରୀ ନିବାସର ଛାତ୍ରୀ ଅସୁସ୍ଥ…
କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ ଅନୁଗୁଳ – ଅନୁଗୁଳ ୫ ନମ୍ବର କାଉନସିଲରକୁ ମରଣାନ୍ତକ ଆକ୍ରମଣ ହୋଇଛି । କାଉନସିଲର ରଞ୍ଜିତ ମାଣ୍ଡୋଠିଆ ତାଙ୍କ ଦୋକାନରୁ ଘରକୁ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ…