ଛେଣ୍ଡିପଦା -(AO) – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରିସରରୁ ଡିକି ଭାଙ୍ଗି ଟଙ୍କା ଲୁଟ । ଡିକି ଭାଙ୍ଗି ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ବାହାଳସାହିର ସରତ ସାହୁ ସକାଳ ପ୍ରାୟ ସାଢେ ୧୦ ଟା ବେଳେ ଆଇସିଆଇସିଆଇ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଇ ନିଜ ମୋଟର ସାଇକେଲ ଡିକିରେ ରଖିଥିଲେ । ସେଠାରୁ ସେ ବ୍ଲକ ପରିସରରେ ଗାଡି ରଖି ବ୍ଲକ ଭିତରକୁ କୌଣସି କାମରେ ଯାଇଥିଲେ । ତେବେ ବ୍ଲକ ଭିତରୁ ଆସିବା ପରେ ତାଙ୍କ ଡିକି ଭଙ୍ଗା ଯାଇଥିବା ଆଉ ସେଥିରେ ଟଙ୍କା ନଥିବା ଦେଖିଥିଲେ । କୌଣସି ଦୁର୍ବୃତ୍ତ ତାଙ୍କୁ ପିଛା କରି ତାଙ୍କ ଟଙ୍କା ଲୁଟି ନେଇଥିବା ଜାଣି ସେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି ।
What’s your Reaction?
+1
4
+1
1
+1
2
+1
3
+1
1
+1
1
+1
6