ରାଜନୀତି ବିଜେଡିରେ ମିଶିଲେ ଭାଗିରଥି Angul OnlineApril 19, 2024April 19, 2024 ଅନୁଗୁଳ – ଶଙ୍ଖଭବନରେ ଜାରି ରହିଛି ବିଜେଡିର ମିଶ୍ରଣ ପର୍ବ । ବିଜେପି ଓ କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ଯୋଗଦେଉଛନ୍ତି ଏକାଧିକ ନେତା ଓ ଶହ ଶହ କର୍ମୀ । ସେହି ପରିପ୍ରେକ୍ଷୀରେ ଆଠମଲ୍ଲିକ ନିର୍ବାଚନମଣ୍ଡଳିରେ ବିଜେଡି ଶକ୍ତି ବଢାଇଛି । ବିଜେଡିରେ ଯୋଗଦେଲେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ଭାଗୀରଥି ପ୍ରଧାନ । ସେ ଗତ କିଛିଦିନ ତଳେ ବିଜେପି ଛାଡି ଥିବା ବେଳେ ଆଜି ବିଜେଡିରେ ଯୋଗଦେଇ ବିଜେପି ଉପରେ ବର୍ଷିଛନ୍ତି । ଆଠମଲ୍ଲିକ ବିଜେପି ପକ୍ଷରୁ ୩ଥର ବିଧାୟକ ପ୍ରାର୍ଥୀ ହୋଇଥିଲେ ଭାଗୀରଥି । ଆଜି ସେ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଲେ । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଥିଲା । ବିଜେଡିରେ ଯୋଗଦେବା ପରେ ଭାଗୀରଥି ପ୍ରଧାନ ପ୍ରତିକ୍ରିୟା ଦେଇ କହିଥିଲେ ଦଳରେ ସାମିଲ ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ, ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବି । ନବୀନ ପଟ୍ଟନାୟକଙ୍କର ବିକାଶ ମୂଳକ କାର୍ଯ୍ୟ ଭାଗୀରଥିଙ୍କୁ ପ୍ରଭାବିତ କରିଥିବା କହିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ସସ୍ମିତ ପାତ୍ର ତାଙ୍କୁ ସ୍ବାଗତ କରିଥିଲେ । Advertisement
ନଅରୁ ନବେ ଆସନ ନେବ କଂଗ୍ରେସ- ଶରତ ପଟ୍ଟନାୟକ ଅନୁଗୁଳ – ରାହୁଲ ଗାନ୍ଧୀ ଭାରତ ଜୋଡୋ ଅଭିଯାନ କରୁଥିବା ବେଳେ ଅନୁଗୁଳରେ ଆଜି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି । ଅନୁଗୁଳ ଗସ୍ତରେ…
ବିପ୍ଳବ ଓ ଦିନେଶଙ୍କୁ ନୁଆଁ ଦାୟୀତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେଡିର ଯୁବ ସଭାପତି ତଥା ବସୁଧା ଜଳ ଯୋଗାଣ(ଗ୍ରାମ୍ଯ) ଉପଦେଷ୍ଟା ଦିନେଶ ପ୍ରଧାନ ଓ କଂଗ୍ରେସ ଛାଡି ନୁଆଁ କରି ବିଜୁ…
୨୩ ବର୍ଷର ଅବ୍ୟବସ୍ଥା ବିରୋଧରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ – ଗତ ଦୁଇଦିନ ହେଲା ଅନୁଗୋଳ ଜିଲ୍ଲା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ବେଳେ ସେ ଅନୁଗୋଳ ଜିଲ୍ଲାର ବିଭିନ୍ନ…