ରାଜନୀତି ଭାଗିରଥି ଛାଡିଲେ ରମେଶ ସାଏ ଧରିଲେ ପଦ୍ମ Angul OnlineApril 5, 2024April 5, 2024 ଅନୁଗୁଳ ଜିଲ୍ଲା ବିଜେପିର ଗୋଟିଏ ପଟେ ଦୁଇ ଦୁଇ ଜଣ ବରିଷ୍ଠ ନେତା ଦଳ ଛାଡିଥିବା ବେଳେ ଅନ୍ୟପଟେ ଆଠମଲ୍ଲିକ ବିଧାୟକ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଯାହାକି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ଦୁଇଥର ଜିଲ୍ଲା ସଭାପତି ହୋଇ ଦଳର ମଙ୍ଗ ଧରିଥିବା ବରିଷ୍ଠ ନେତା ଭାଗିରଥି ପ୍ରଧାନ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ସେ ଦୀର୍ଘ ୩୧ ବର୍ଷ ଧରି ବିଜେପି ଦଳରେ ସାମିଲ ହୋଇ ଦଳ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ହେଲେ ଦଳ ୨୦୨୦ ମସିହାରୁ ତାଙ୍କୁ ଦଳରେ ଅବହେଳା କରା ଯାଉଛି ବୋଲି ସେ ତାଙ୍କ ଇସ୍ତଫା ପତ୍ର ରେ ଦର୍ଶାଇ ଛନ୍ତି । ଏଥିପାଇଁ ସେ ଦଳର କାର୍ଯ୍ୟକାରିଣୀ ସଦସ୍ୟ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି । ସେହିପରି ଦଳର ବରିଷ୍ଠ ନେତା ରବି ନାରାୟଣ ପାଣି ମଧ୍ୟ ଇସ୍ତଫା ଦେଇଥିଲେ । ଫଳରେ ଦଳରେ ଅନ୍ତକନ୍ଦଳ ବଢିଥିବା ସ୍ପଷ୍ଟ ହେଉଛି । ଅନ୍ୟପଟେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ସାଏ ଗତକାଲି ଦଳ ଛାଡିବା ପରେ ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି । ଆଜି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର କତଡା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଆଉ ତାଙ୍କର ଶତାଧିକ ସମର୍ଥକ ବିଜେପିରେ ଯୋଗ ଦେଇଥିଲେ । ସୂଚନା ଅନୁସାରେ ପ୍ରଶାସନିକ ସେବାରୁ ରାଜନେତା ହୋଇଥିବା ରମେଶ ସାଏ ଗତ ୨୦୧୯ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟ ହାସଲ କରିଥିଲେ । ତେବେ ଦଳ ତାଙ୍କୁ ଚଳିତ ବର୍ଷ ଟିକେଟ ନ ଦେଇ ନଳିନୀ ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା । ବିଜେଡିରୁ ଟିକେଟ ନ ପାଇବା ପରେ ସେ ଗତକାଲି ବିଜେଡି ଛାଡି ଆଜି ବିଜେପିରେ ଯୋଗ ଦେଇଛନ୍ତି । Advertisement
କଂଗ୍ରେସରେ କଉଠି କିଏ ହେବ ପ୍ରାର୍ଥୀ ତାକୁ ନେଇ ସରୁନି ଦ୍ଵନ୍ଦ ଅନୁଗୁଳ – ବିଜେଡି ଲୋକସଭା ସହ କିଛି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଲାଣି । ବିଜେପି ମଧ୍ୟ ଏହି ଦୌଡରେ ଆଗରେ ରହି…
ବିଧାୟକଙ୍କ ନିଲମ୍ବନ ପ୍ରତିବାଦରେ ବିକ୍ଷୋଭ ସହ ମୋହନ ମାଝିଙ୍କ କୁଶ ପୁତ୍ତଳିକା ଦାହ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟ ସରକାର ବିରୁଦ୍ଧରେ ପ୍ରତିବାଦ । ଆଜି ସନ୍ଧ୍ୟାରେ ବିଭିନ୍ନ ସ୍ଳୋଗାନ ଦେଇ ସ୍ଥାନୀୟ କଂଗ୍ରେସ ଭବନଠାରୁ ଏକ…
ଇଭିଏମରେ ବନ୍ଦ ହେଲା ପୌରାଧ୍ୟକ୍ଷ-କାଉନସିଲରଙ୍କ ଭାଗ୍ୟ – ୨୬ ରେ ଫଳାଫଳ ଅନୁଗୁଳ – ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି । ସହରୀ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ସକାଳ ୮ଟାରୁ ଆରମ୍ଭ…