ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ) ବନ୍ଦ ପ୍ରତିବାଦରେ ଆଜି ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ସକାଳ ୬ଟା ଠାରୁ ତାଳଚେର ବନ୍ଦ ଡାକରା ଦିଆ ଯାଇଥିଲା । ଏହି ବନ୍ଦ ବେଳେ ମୁଖ୍ୟତଃ ଅର୍ଥନୈତିକ ଅବରୋଧକୁ ଗୁରୁତ୍ଵ ଦିଆ ଯାଇଥିଲା । ତାଳଚେରର ସମସ୍ତ ଖଣି ଓ ଖଣିରୁ ଯାଇଥିବା ରେଳ ଧାରଣା ଉପରେ ବିଖୋଭକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ କୋଇଲା ଖଣି ଗୁଡିକରେ କୋଇଲା ଉତ୍ତୋଳନ ଓ ପରିବହନ ଠପ ହୋଇ ଯାଇଥିଲା । ସେପଟେ ତାଳଚେର ପ୍ରାୟ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବସ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । କଣିହାଁ ଏନଟିପିସି ମୁଖ୍ୟଦ୍ୱାର ସମ୍ମୁଖରେ କମିଟିର ସଦସ୍ୟମାନେ ବସି ଅର୍ଥନୈତିକ ଅବରୋଧ କରିଥିଲେ । ଫଳରେ ଏନଟିପିସି ପ୍ଲାଣ୍ଟକୁ ଶ୍ରମିକମାନେ କାମ କରିବା ପାଇଁ ଯାତାୟାତ କରିବାରେ ଅସୁବିଧା ହୋଇଥିଲା । ସେହିପରି କଣିହାଁ କୋଇଲା ଖଣି ସମ୍ମୁଖରେ କମିଟିର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଫଳରେ କଣିହାଁ କୋଇଲା ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ସାଂସଦ ମହେଶ ସାହୁଙ୍କ କହିବା କଥା ଚଳିବାକୁ ସକ୍ଷମ ଥିବା ଏଭଳି ଏକ ପ୍ଲାଣ୍ଟକୁ ବନ୍ଦ କରିଦେବା ଫଳରେ ବହୁ ଶ୍ରମିକ ଓ ଏହା ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀ ମାନଙ୍କ ଉପରେ ବେଶ ପ୍ରଭାବ ପଡିବ । କେନ୍ଦ୍ର ସରକାର ଏକ ଏହି ପ୍ଲାଣ୍ଟକୁ ଘରୋଇ କାରଣ କରିବାର ଚକ୍ରାନ୍ତ କରି ଏଭଳି ପ୍ଳାଣ୍ଟ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ଯାହାକୁ କ୍ରିୟାନୁଷ୍ଠାନ କମିଟି ଗ୍ରହଣ କରିବା ନାହିଁ । ପ୍ଳାଣ୍ଟ ପୁନଃ ନ ଚାଲିବା ପର୍ଯ୍ୟନ୍ତ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି । ତେବେ ଗତକାଲି ଅନୁଗୁଳ ଓ ଆଜି ତାଳଚେର ବନ୍ଦକୁ ନେଇ ଅନୁଗୁଳ ଜିଲ୍ଲା ବିଜେପି ସିଧାସଲକ ବିଜେଡ଼ିକୁ ଟାର୍ଗେଟ କରିଛି । ଟିଟିପିଏସ ବନ୍ଦ ଆଳ ଦେଖାଇ ଶାସକ ଦଳ ବିଜେଡି ଯେଉଁ ବନ୍ଦ ଡାକରା ଦେଲା ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ଏହା ଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇଲେ । ସାଧାରଣ ଜନତା ଅସୁବିଧା ଭୋଗିଲେ ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ଅଭିଯୋଗ କରିଛି ଯେ ଗତ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଏଫସିଆଇ କାରଖାନାର ଶୁଭ ଦେବାକୁ ଆସିଥିଲେ ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂତନ ଟିଟିପିଏସ ପ୍ଲାଣ୍ଟ ସ୍ଥାପନ ପାଇଁ ୧୦ହଜାର କୋଟି ଟଙ୍କା ମଞ୍ଜୁରୀ କରିଥିଲେ । ସବୁ ପ୍ରସ୍ତୁତି ସରିଥିଲା । କିନ୍ତୁ ରାଜ୍ୟ ସରକାର ଅନୁମତି ନଦେବା କାରଣରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଲା । ଆସନ୍ତା ୨୦୨୧ମାର୍ଚ୍ଚ ୩୧ତାରିଖ ଟିଟିପିଏସ ପ୍ଲାଣ୍ଟର ପରିବେଶ ଅବଧି ଶେଷ ହେଉଥିବା ଜାଣି ତା ପୂର୍ବରୁ ନୂତନ ପ୍ଲାଣ୍ଟ ସ୍ଥାପନ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଏଭଳି ପଦକ୍ଷେପ ନେଇଥିଲେ । ରାଜ୍ୟ ସରକାର ଯଦି ସେତେବେଳେ ସହଯୋଗ କରି ଥାଆନ୍ତେ ତେବେ ଆଜି ଏଭଳି ଅବସ୍ଥା ସୃଷ୍ଟି ହୋଇ ନଥାନ୍ତା । ଏପରିସ୍ଥଳେ ବିଜେଡିର ଏଭଳି ଆନ୍ଦୋଳନକୁ କଟାକ୍ଷ କରିଛି ବିଜେପି ।
What’s your Reaction?
+1
+1
+1
+1
+1
+1
+1