ଅପରାଧ ଭୁଜାଲିରେ ହାଣି ଲୁଟି ନେଲେ ୨ ଲକ୍ଷ ଟଙ୍କା Angul OnlineSeptember 12, 2023September 12, 2023 ଛେଣ୍ଡିପଦା – ଭୁଜାଲିରେ ଆକ୍ରମଣ କରି ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ଦୁବୁର୍ତ୍ତ । ଭୁଜାଲି ଆକ୍ରମଣରେ ଗ୍ରାହକ ସେବା କେନ୍ଦ୍ରର ମାଲିକ ବିଜୟ ସାହୁ ଗୁରୁତର ହୋଇଛନ୍ତି । ସୁଚନା ଅନୁସାରେ ଝିଣ୍ଟିପାଳ ଗାଁର ବିଜୟ ସାହୁଙ୍କର କୋଶଳା ବଜାରରେ ଏସ ବି ଆଇ ର ଏକ ଗ୍ରାହକ ସେବା କେନ୍ଦ୍ର ରହିଛି । ଆଜି ରାତି ପ୍ରାୟ ୯ ଟା ବେଳେ ବିଜୟ ଗ୍ରାହକ ସେବା କେନ୍ଦ୍ର ବନ୍ଦ କରି ନିଜ ମୋଟରସାଇକେଲରେ ଘରକୁ ବାହାରି ଥିଲେ । ତେବେ ସେ ସେବା କେନ୍ଦ୍ର ଠାରୁ ମାତ୍ର କିଛି ଦୁର ଯାଇଥିବା ବେଳେ ହାଠାତ ତିନି ଜଣ ଯୁବକ ମୋଟରସାଇକେଲରେ ଆସି ବିଜୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ବିଜୟ ମୋଟରସାଇକେଲରୁ ପଡିଯିବା ପରେ ଦୁର୍ବ୍ରୁତ୍ତ ମାନେ ବିଜୟଙ୍କ ନିକଟରେ ଥିବା ୨ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇ ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ବିଜୟ ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କୋଶଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଚୋରି କରିବା ବେଳେ ଘର ମାଲିକ ପଳାଇ ଆସିବାରୁ ଆକ୍ରମଣ କରି ଲୁଟ ତାଳଚେର – ଘରେ କେହି ନଥିବାର ସୁଯୋଗ ନେଇ ଚୋରି କରୁଥିଲେ । ଏହି ସମୟରେ ହଠାତ ଘର ମାଲିକ ପଳାଇ ଆସିବାରୁ ଘର ମାଲିକଙ୍କୁ ଆକ୍ରମଣ…
ଗାଁ ରାସ୍ତା ରେ ସମ୍ପର୍କୀୟ ଭାଣିଜୀ କୁ ହାଣିଲା ମାମୁଁ – ଭାଣିଜୀ ଗୁରୁତର ପାଲଲହଡ଼ା – ଅନଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଶିଗଡ ଗ୍ରାମରେ ମାତାଲ ସମ୍ପର୍କୀୟ ମାମୁଁର ଛୁରା ମାଡରେ ଭାଣିଜୀ ଗୁରୁତର ହୋଇଥିବା ଜଣା ପଡିଛି ।…
ମୃତ୍ୟୁ ଯାଏଁ ଅନାମକୁ କାରାଦଣ୍ଡ ଅନୁଗୁଳ – ଫାଶୀ ଦଣ୍ଡାଦେଶ ରଦ୍ଦ ହେଲା । ଆଉ ଦୁଷ୍କର୍ମ ପରେ ପଥରରେ ଛେଚି ଜଣେ ନାବାଳିକାକୁ ହତ୍ୟା କରିଥିବା ଅପରାଧୀକୁ ମିଳିଲା ଯାବତଜୀବନ କାରାଦଣ୍ଡାଦେଶ…