ଶଙ୍ଖ ଧରିବେ ବିପ୍ଲବ !! – କଂଗ୍ରେସରୁ ଦେଲେ ଇସ୍ତଫା

ଶଙ୍ଖ ଧରିବେ ବିପ୍ଲବ !! – କଂଗ୍ରେସରୁ ଦେଲେ ଇସ୍ତଫା

 

ଅନୁଗୁଳ – ଆଗକୁ ନିର୍ବାଚନ । ଏବେଠାରୁ ସବୁ ରାଜନୈତିକ ଦଳ ଏବଂ ରାଜନେତା ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଲେଣି । ସବୁ ଦଳରେ ଟିକେଟ ଆଶାୟୀ ଏକାଧିକ ଥିବା ବେଳେ ସମସ୍ତେ ଦଳର ସୁପ୍ରିମୋଙ୍କ ନିକଟବର୍ତ୍ତୀ ହୋଇ ସ୍ଥାନ ସୁରକ୍ଷିତ କରିବାକୁ ଚେଷ୍ଟା କରିବା ଆରମ୍ଭ କରିଦେଲେଣି । ଆଉ ଯିଏ ଦଳର ସୁପ୍ରିମୋଙ୍କ କିମ୍ବା ଦଳରୁ ଟିକେଟ ପାଇବା ନେଇ କୌଣସି ପ୍ରକାର ସଙ୍କେତ ନ ପାଇବା ପରେ ଦଳ ବଦଳ କରିବାକୁ ନିଷ୍ପତ୍ତି ନେଲେଣି । ଏହି କ୍ରମରେ ଅନୁଗୁଳ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ବିପ୍ଲବ ଜେନା କଂଗ୍ରେସ ଦଳ ଛାଡିଥିବା ବେଳେ ବିଜେଡିରେ ଯୋଗ ଦେବେ ବୋଲି ଜଣାପଡିଛି । ଆଜି(ମଙ୍ଗଳବାର) ସେ ଏ ଆଇସିସି ସଭପତି ମଲ୍ଲିକାର୍ଜୁନ ଖାଡଗେ ଓ ରାଜ୍ଯ ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ସେ ତାଙ୍କ ବ୍ଯକ୍ତିଗତ ସମସ୍ଯାକୁ ନେଇ କଂଗ୍ରେସର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଇଥିବା କଥା ପତ୍ରରେ ଉଲ୍ଲେଖ କରିଛନ୍ତି । ହେଲେ ତାଙ୍କୁ ଦଳ କିଛିଦିନ ହେଲା ଗୁରୁତ୍ୱ ଦେଉ ନଥିବାରୁ ସେ ଅସନ୍ତୁଷ୍ଟ ଥିବା କଥା ଚର୍ଚ୍ଚା ହେଉଛି । ବିପ୍ଲବ ଜେନା ଅନେକ ବର୍ଷ ହେଲା କଂଗ୍ରେସରେ ଥିବା ବେଳେ ଜିଲ୍ଲାର ସଭାପତି ଦାୟିତ୍ୱ ତୁଲାଇବା ସହ ଦଳକୁ ସୁଦୃଢ଼ କରିବାକୁ ଚେଷ୍ଟା କରି ଆସିଥିଲେ । ଏପରିକି ଦଳ ମଧ୍ୟ ତାଙ୍କ ଉପରେ ଭରଷା କରି ଅନୁଗୁଳ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ମଧ୍ୟ କରିଥିଲା । ନିର୍ବାଚନରେ ସେ ପରାଜୟ ସ୍ୱୀକାର କରିବା ପରେ ମଧ୍ୟ ଦଳ ଜିଲ୍ଲା ଦାୟିତ୍ୱରେ ଅବସ୍ଥାପିତ କରିଥିଲା । ହେଲେ ପରେ ଦଳ ତାଙ୍କ ଉପରୁ ଆସ୍ଥା ହରାଇ ଜିଲ୍ଲା ସଭାପତି ଦାୟିତ୍ବରୁ ଅବ୍ୟାହତି ଦେଇଥିଲା । ଏପରିକି ଦଳରେ ଫାଟ ହେବା ସହ ଏକାଧିକ ଆଶାୟୀ ଆଗକୁ ଆସିଛନ୍ତି । ଏଭଳି ସ୍ଥିତିରେ ବିପ୍ଲବ ନିଜକୁ କଂଗ୍ରେସ ଦଳରେ ନିଜକୁ ଆଉ ସୁରକ୍ଷିତ ମଣୁ ନଥିଲେ । ଏଥିପାଇଁ ସେ ଦଳ ପରିବର୍ତ୍ତନ କରି ପାରନ୍ତି ବୋଲି ଆଭାସ ମିଳିଥିଲା । ସେ ଆସନ୍ତା ୧୮ ତାରିଖ ବିଜେଡିରେ ଯୋଗ ଦେବା ପାଇଁ ତାରିଖ ମଧ୍ୟ ସ୍ଥିର ହୋଇ ସାରିଛି । ଏହି ତାରିଖରେ ସେ ଶତାଧିକ କର୍ମୀଙ୍କ ମଙ୍ଗଳ୍ବାର ତାଙ୍କ ଇସ୍ତଫା ପରେ ଖୁବ ଶିଘ୍ର ସେ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କ ସହ କୁଆଡେ କଥାବାର୍ତ୍ତା ମଧ୍ୟ ସରିଛି । ଆଉ ବିଜେଡି ଦଳ ପକ୍ଷରୁ ତାଙ୍କୁ କେବଳ ଦଳରେ ସାମିଲ କରାଯିବ ତା ନୁହେଁ , ନିଶ୍ଚିତ ଭାବେ ଏକ ଲୋଭନୀୟ ଅଫର ମଧ୍ୟ ଦିଆ ଯାଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ନେତା ବିଜେଡି ଦଳକୁ ଆସିବା ପରେ ବିଜେଡିକୁ ନିଶ୍ଚିତ ଶୁଭଙ୍କର ହେବ ବୋଲି ଚର୍ଚ୍ଚା ହେଉଛି ।

What’s your Reaction?
+1
0
+1
0
+1
0
+1
0
+1
5
+1
1
+1
0

Leave a Reply