ଅନୁଗୁଳ – ୧୭.୦୩.୨୦୨୫ ତାରିଖରେ ନାଲକୋ ଠିକାଦାର ସଂଘ ର ସାଧାରଣ ବୈଠକ ସଂଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର କାର୍ଯକର୍ତ୍ତା ମନୋନୀତ କରାଗଲା । ମନୋନୀତ ଅନୁଯାୟୀ ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ଵ ମିଳିଥିବା ବେଳେ ବୁଲେଶ ଜେନା କାର୍ଯ୍ୟକାରୀ ସଭାପତି , କୁନା ଗଡନାୟକ ଉପ ସଭାପତି ,ପ୍ରଫୁଲ୍ଲ କୁମାର ବିଷୋୟୀ ସାଧାରଣ ସମ୍ପାଦକ , ସୁବୋଧ ଚନ୍ଦ୍ର ଦାସ ସହ ସମ୍ପାଦକ , ପ୍ରତାପ କୁମାର ଜେନା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଉପଦେଷ୍ଠା ଭାବେ ସତ୍ୟବ୍ରତ ସ୍ୱାଇଁ, ଶ୍ରୀଯୁକ୍ତ ରାଜୀବ କୁମାର ଜେନା, ଶ୍ରୀଯୁକ୍ତ ସତ୍ୟବାନ୍ ବରାହ, ଶ୍ରୀଯୁକ୍ତ କାଳନ୍ଦୀ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମ କର୍ତ୍ତା ଙ୍କୁ ସଂଘ କାର୍ଯ୍ୟାଳୟ ରେ ଶପଥ ଗ୍ରହଣ କରାଇଥିଲେ। ସମସ୍ତ ସଭ୍ୟ ଙ୍କୁ ନିରପେକ୍ଷତା ଅବଲମ୍ବନ କରି ସଂଘ ର ଉନ୍ନତି ପାଇଁ ସଦା ସର୍ବଦା କାର୍ଯ୍ୟ କରିବେ ବୋଲି ଶପଥ କରାଇ ଥିଲେ । ଉପସ୍ଥିତ ସମସ୍ତ ସଭ୍ୟ ନୂତନ କର୍ମକର୍ତ୍ତା ଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।
ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ଵ
