ମୁଖ୍ୟ ଖବର ବିଜେଡ଼ିରୁ ପୁଣି ଦୁଇ ନିଲମ୍ବିତ Angul OnlineMarch 16, 2022March 16, 2022 ଅନୁଗୁଳ – ବିଜେଡିରେ ଦଳ ବିରୋଧୀ କାମ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ପୌର ନିର୍ବାଚନ ଥିବା ବେଳେ ବିଦ୍ରୋହୀଙ୍କୁ ଦଳରୁ ନିଲମ୍ବନ କରାଯାଉଛି । ଆଜି ଅନୁଗୁଳ ଜିଲ୍ଲା ବିଜେଡ଼ିରୁ ପୁଣି ଦୁଇ ଜଣଙ୍କୁ ଦଳର ସୁପ୍ରିମୋ ନିଲମ୍ବନ କରିଛନ୍ତି । ଏବେଠାରୁ ନସୁଧୁରିଲେ, ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ତାଲିକା ଲମ୍ବିବ । ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ କାମ ପାଇଁ ଛେଣ୍ଡିପଦାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନ , ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନୋମିନୀ କ୍ଷୀରୋଦ ବାଘାରଙ୍କୁ ଦଳରୁ ନିଲମ୍ବନ କରା ଯାଇଥିଲା । ଆଜି ପୁଣି ଆଠମଲ୍ଲିକ ଅଞ୍ଚଳର ସନ୍ତୋଷ ହୋତା ଓ ତାଙ୍କ ପତ୍ନୀ ନୀହାର ହୋତାଙ୍କୁ ନିଲମ୍ବନ କରା ଯାଇଛି । ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ତରଫରୁ ଏକ ପ୍ରେସ୍ ବିବୃତିରେ ଏହି ସୂଚନା ଦିଆଯାଇଛି । Advertisement
ମେଗା ପାନୀୟ ଜଳ ପ୍ରକଳ୍ପରେ ଅଘଟଣ – ମାଟି ଅତଡା ପଡି ଶ୍ରମିକ ମୃତ ଛେଣ୍ଡିପଦା – ମାଟି ଅତଡା ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅଂଚଳର ଧଉରାଖମଣ ନିକଟରେ ଏହି ଘଟଣା…
କୃଷ୍ଣା ମହାନ୍ତି ପାଇବେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର ଅନୁଗୁଳ – ଓଡିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ୨୦୨୩ ବର୍ଷ ପାଇଁ ସମ୍ମାନଜନକ…
ପ୍ରାତଃ ଭ୍ରମଣ ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର…