ରାଜନୀତି ବିଧାୟକଙ୍କ ନାମରେ ଭିତ୍ତିହୀନ ଖବର ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହେଲେ ଯୁବ ଓ ଛାତ୍ର ବିଜେଡ଼ି Angul OnlineJuly 31, 2022July 31, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବିଧାୟକ ମୁକେଶ ପାଳଙ୍କ ନାମରେ ଭିତିହୀନ ଖବର ପ୍ରସାରଣ କରା ଯାଉଛି । ଯାହା ଫଳରେ ବିଧାୟକଙ୍କ ସମ୍ମାନ ଉପରେ ଆଞ୍ଚ ଆସୁଛି । ଏଭଳି ଏକ ଅଭିଯୋଗ କରିଛନ୍ତି ପାଲଲହଡା ଯୁବ ଓ ଛାତ୍ର ବିଜେଡ଼ି । ସେମାନଙ୍କ ଅଭିଯୋଗ ହେଲା ଯେ ବିଗତ ଦିନରେ ଏକ ୱେବ ମେଡିଆ ଓ ଖବରକାଗଜରେ ଭିତ୍ତିହୀନ, ତଥ୍ୟହୀନ ଓ ଅଶ୍ଳୀଳ ଶବ୍ଦ ବ୍ୟବହାର କରି ବିଧାୟକ ମୁକେଶ ପାଳଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରା ଯାଉଛି । ଯାହାକୁ ସେମାନେ ନିନ୍ଦା କରିବବା ସହ ପାଲଲହଡା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ପାଲଲହଡା ଥାନାରେ ଏକ ଏତଲା ଦିଆଯାଇଛି । ଯୁବ ସଭାପତି ପ୍ରଶାନ୍ତ ସାମଲ ଓ ଛାତ୍ର ସଭାପତି ସବ୍ୟସାଚୀ କପର୍ଦାର ଙ୍କ ନେତୃତ୍ଵରେ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ଯାଇ ପାଲଲହଡା ଥାନାରେ ଉକ୍ତ ସଂସ୍ଥା ବିରୋଧରେ ଏତଲା ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । Advertisement
ପୌରପାଳିକାର ୨୩ ରୁ ୧୬ ୱାର୍ଡ ସଂରକ୍ଷିତ ଅନୁଗୁଳ – ଆଗାମୀ ପୌର ନିର୍ବାଚନ ପାଇଁ ଅନୁଗୁଳ ପୌରପାଳିକାର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଅନୁସାରେ ଅନୁଗୁଳ ପୌରପାଳିକା ୨୩…
ଅନୁଗୁଳ ବନ୍ଦ – ସାଧାରଣ ଜୀବନଯାତ୍ରା ଠପ ଅନୁଗୁଳ – ଆଜି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ । ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା…
ସରପଞ୍ଚ ମାନଙ୍କ ସାଙ୍ଗଠନିକ ବୈଠକ ଅନୁଗୋଳ – ଅନୁଗୋଳ ଜିଲ୍ଲା ର ସମସ୍ତ ସରପଞ୍ଚ ମାନଙ୍କୁ ନେଇ ଅନୁଗୋଳର ମାରଓ୍ବାଡି ଧର୍ମଶାଳା ଠାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି…