ରାଜନୀତି ବିଜେଡ଼ିକୁ ଆଉ ଏକ ଝଟକା – ଦଳ ଛାଡିଲେ ଜିଲ୍ଲା ପରିଷଦ Angul OnlineDecember 17, 2021December 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ମିଳୁଛି । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳରୁ ୩ ଜଣ ବରିଷ୍ଠ ସଦସ୍ୟଙ୍କ ଇସ୍ତଫା ଦେବା ଘଟଣା ସାଧାରଣରେ ବେଶ ଆଲୋଚନାର ବିଷୟ ପାଲଟିଛି । ପୂର୍ବରୁ ଆଠମଲ୍ଲିକ ବିଧାୟକ ସଞ୍ଜିବ ସାହୁ ଇସ୍ତଫା ଦେବା ସହ ଭାରତୀୟ ଜନତା ପାର୍ଟୀରେ ଯୋଗ ଦେଇଥିଲେ । ପରେ ପରେ ଅନୁଗୁଳ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ବର୍ତ୍ତମାନର ବନ୍ତଳା ପଞ୍ଚାୟତର ସମିତି ସଭ୍ୟ ତଥା ଜିଲ୍ଲା ବିଜେଡିର ସମ୍ପାଦକ ଦୁର୍ଗାଚରଣ ପ୍ରଧାନ ଦଳ ଛାଡିଥିଲେ । ଆଜି ପୁଣି ଆଉ ଜଣେ ନେତା ତଥା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ପାଲଲହଡା ୨୩ ନମ୍ବର ଜୋନ ଜିଲ୍ଲା ପରିଷଦ ଶ୍ରୀ ଇନ୍ଦ୍ରମଣି ଗଡନାୟକ ଅନୁଗୁଳର ଏକ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟକ୍ତି ଗତ କାରଣରୁ ସେ ଇସ୍ତଫା ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ , ଶ୍ରୀ ଗଡନାୟକ ୧୯୯୫ ରୁ ସକ୍ରିୟ ରାଜନୀତିରେ ଥିବା ବେଳେ ୨୩ ନମ୍ବର ଜିଲ୍ଲା ପରିଷଦ ଜୋନରୁ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କୁ ଦଳରେ ଉପଯୁକ୍ତ ମର୍ଯ୍ୟାଦା ମିଳୁନଥିବା ଯୋଗୁଁ ସେ ଏଭଳିଆ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଚି । କର୍ମୀ ଓ ଶୁଭେଛୁଙ୍କ ସହ ବିଚାର ବିମର୍ଷ ପରେ ତାଙ୍କ ଭବିଷ୍ୟତ ନେଇ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଶ୍ରୀ ଗଡନାୟକ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି । Advertisement
ବଢୁଛି ଅକ୍ଷୟଙ୍କ ସମର୍ଥନ – ସାଂସଦଙ୍କ ସହ ଶକ୍ତି ଓ ଭକ୍ତିଙ୍କ ଜୋରଦାର ପ୍ରଚାର ଅନୁଗୁଳ – ପୌର ନିର୍ବାଚନ ପାଇଁ ଭୋଟ୍ ତାରିଖ ଯେତିକି ପାଖେଇ ଆସୁଛି , ପୌରାଞ୍ଚଳ ଇଲାକାରେ ପ୍ରଚାର ସେତିକି କୋର୍ଦାର ହେଉଛି । ବିଜେଡି ନଗରପାଳ…
ଦୁର୍ନୀତି ଓ ଭ୍ରଷ୍ଟାଚାର ର କେନ୍ଦ୍ରବିନ୍ଦୁ ପାଲଟିଛି ବ୍ଲକ କାର୍ଯ୍ୟାଳୟ – ବିଜେପି ଅନୁଗୋଳ – ପଞ୍ଚାୟତ ରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ସାରା ରାଜ୍ୟରେ ପାଳନ କରିଛି ବିଜେପି । ଏ ପରିପେକ୍ଷୀରେ ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ…
ଅସନ୍ତୁଷ୍ଟଙ୍କ ପାଇଁ ବଢିବ କି ପ୍ରାର୍ଥୀଙ୍କ ସମସ୍ୟା – ତାଳଚେରରେ ୭ ନଗରପାଳ ପ୍ରାର୍ଥୀ adv ତାଳଚେର – ଆଉ ଦୁଇଦିନ ପରେ ପୌର ନିର୍ବାଚନ । ପ୍ରାର୍ଥୀମାନେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ବିଭିନ୍ନ…