ରାଜନୀତି ପୌରାଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେପିର ଦିଲୀପ ଅନୁଗୁଳ ଓ ଯୋଗମାୟା ଆଠମଲ୍ଲିକରୁ ହେବେ ପ୍ରାର୍ଥୀ Angul OnlineMarch 6, 2022March 6, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ତିନୋଟି ପୌର ପରିଷଦର ନଗରପାଳ ପଦବୀ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ରବିବାର ସନ୍ଧ୍ୟାରେ ତିନୋଟି ନଗରପାଳ ପଦବୀ ପାଇଁ ବିଜେପିର ପ୍ରାର୍ଥୀ ମାନଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଅନୁଗୁଳ ପାଇଁ ଦିଲୀପ କୁମାର ପ୍ରଧାନ, ତାଳଚେର ପାଇଁ ଯଯାତି କେଶରୀ ପଟ୍ଟନାୟକ, ଏବଂ ଆଠମଲ୍ଲିକ ପାଇଁ ଯୋଗମାୟା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଅନୁସାରେ ପୂର୍ବରୁ ତାଳଚେର ଏବଂ ଆଠମଲ୍ଲିକ ପାଇଁ ପ୍ରାର୍ଥୀ ଚୟନ ସରିଥିବା ବେଳେ ଅନୁଗୁଳ ପାଇଁ ରବିବାର ଅପରାହ୍ନରେ ଜିଲ୍ଲା ସଭାପତି ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଞ୍ଚାଳନ ସମିତି ବୈଠକରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି , ରାଜ୍ୟ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା ଏବଂ ପ୍ରତିମା ମିଶ୍ର, ପ୍ରମୁଖ ଉପସ୍ଥିତ ରହି ଦିଲ୍ଲୀପ ପ୍ରଧାନଙ୍କ ନାମ ଘୋଷଣା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ ,ଜିଲ୍ଲା ସମ୍ପାଦକ ସୋମନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ସଂଗଠନ ହେଉଛି ଦୁର୍ବଳ – ଦାୟିତ୍ୱ ନେବେ ରଜନୀ !!! ଅନୁଗୁଳ – (ଅନୁଗୁଳ ଅନଲାଇନ୍) – ଆଗକୁ ସାଧାରଣ ନିର୍ବାଚନ । ଏବେଠାରୁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିବା ସହ ସାଧାରଣ ଲୋକଙ୍କ ମନ ଜିଣିବାକୁ…
କୁଆଡ଼େ ଗଲେ ରାଜାସାହେବ୍? ଅନୁଗୁଳ – ସାଂସଦଙ୍କ ଦେଖା ମିଳୁନି । ମାସେ କି ଦୁଇ ମାସ ନୁହେଁ । ବର୍ଷ ବର୍ଷ ଧରି ସାଂସଦ ନିର୍ବାଚନ ମଣ୍ଡଳୀ ମାଟି ମାଡ଼ିନାହାଁନ୍ତି…
ବିଜେପିର ମଣ୍ଡଳ ସଭାପତି ତାଲିକା ହେଲା ଘୋଷଣା , କିଏ ହେବ ଜିଲ୍ଲା ସଭାପତି ? ଅନୁଗୁଳ – ବିଜେପିର ସଂଗଠନ ପର୍ବରେ ଅନୁଗୁଳ ଜିଲ୍ଲାର ୩୧ ଟି ମଣ୍ଡଳରୁ ୨୭ ଟି ମଣ୍ଡଳର ସଭାପତି ନିର୍ବାଚିତ ହୋଇଥିବା ନେଇ ରାଜ୍ୟ ବିଜେପିର ନିର୍ବାଚନ…