ଆଞ୍ଚଳିକ ବିଦ୍ୟୁତ ଦରଦାମ ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଇଲେକ୍ଟ୍ରି ଅଫିସ ଘେରିଲା ବିଜେପି Angul OnlineJuly 17, 2021July 17, 2021 ଅନୁଗୁଳ – ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଅହେତୁକ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ବିଜେପି ବିକ୍ଷୋଭ ଚାଲିଥିବା ବେଳେ ଆଜି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୋଶଳା ଇଲେକ୍ଟ୍ରି ସବ୍ ଷ୍ଟେସନ ଓ ବଇଁଣ୍ଡା ଇଲେକ୍ଟ୍ରି ଏସଡିଓ କାର୍ଯ୍ୟାଳୟ ଠାରେ ମଧ୍ୟ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ବାରମ୍ବାର ବିଦ୍ୟୁତ କାଟ, ଲୋ-ଭୋଲ୍ଟେଜ, ବିଦ୍ୟୁତ ଦର ବୃଦ୍ଧି ଆଦି ସମସ୍ୟା କୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ କରୋନା ମହାମାରୀ ସମୟରେ ଲକ ଡାଉନ ସଟଡାଉନ ଯୋଗୁଁ ଲୋକମାନଙ୍କର କର୍ମମୟ ଜୀବନର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ରାଜ୍ୟ ସରକାର ବିଦୂତ ଶୁକ୍ଳ ୟୁନିଟ ପିଛା ଦୁଇଟି କିସ୍ତିରେ ୫୦ପଇସା ବୃଦ୍ଧି କରି ୯୨ ଲକ୍ଷ ଉପଭୋକ୍ତାଙ୍କୁ ଦୁର୍ଦ୍ଦିନ ଆଡକୁ ଠେଲି ଦେଉଛନ୍ତି । ପିଲା ମାନଙ୍କର ଅନ ଲାଇନ ରେ ପାଠପଢା ଚାଲି ଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ କରି ପିଲାମାନଙ୍କର ଭବିଷ୍ୟତକୁ ମଧ୍ୟ ଅନ୍ଧାରକୁ ଠେଲି ଦେଉଛନ୍ତି । ବିଦ୍ୟୁତ ସଂଯୋଗ ନ ହୋଇ ହଜାର ହଜାର ଟଙ୍କା ବିଲ ଆସୁଛି , ୩.୮୧ ଟଙ୍କାରେ ବିଜୁଳି କିଣି , ବାହାର ରାଜ୍ୟକୁ ୩.୭୧ ଟଙ୍କାରେ ବିକ୍ରି କରୁଛନ୍ତି ରାଜ୍ୟ ସରକାର । ସାଧାରଣ ଲୋକଙ୍କୁ ଜୋର କରି ବିଲ ଆଦାୟ କରୁଥିବା ବେଳେ ଶିଳ୍ପ ସଂସ୍ଥା ମାନଙ୍କ ଉପରେ ୨୯୪୯ କୋଟି ଟଙ୍କା ବାକି ପଡିଛି । ସେହିଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ଉପରେ ଶହ ଶହ କୋଟି ଟଙ୍କାର ବିଦ୍ୟୁତ ବିଲ ବାକି ପଡିଛି । କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ହଜାର ହଜାର କୋଟି ଟଙ୍କା ସହାୟତା ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର ହରିଲୁଟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟ ସରକାର ସେବା କମ ଟିକସ ଅଧିକା ନୀତି ଆପଣାଇଛନ୍ତି ବୋଲି ଏହାର ପ୍ରତିବାଦ କରିଛି ବିଜେପି ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜେଇ ଓ ଏସଡିଓ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । Advertisement
ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ – ବ୍ଲକ ଆଗରେ କାଠ ଚୁଲ୍ଲାରେ ରୋଷେଇ କଲେ ମହିଳା ଅନୁଗୁଳ – କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି । ଅନୁଗୁଳ…
ଚପଲ ଆଣିବାକୁ ଯାଇ କେନାଲରେ ବୁଡି ନାବାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମର ଗାଁ ନିକଟ ଦେଇ ଯାଇଥିବା କେନାଲରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ତାଙ୍କ…
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ନିକଟରେ ଥିବା ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି …