ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ଉଚ୍ଛେଦ ପ୍ରତିବାଦ – ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ଉଚ୍ଛେଦ ପ୍ରତିବାଦ – ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

ଅନୁଗୁଳ – ସମଗ୍ର ରାଜ୍ୟରେ ୫୪ପ୍ରତିଶତରୁ ଉର୍ଦ୍ଧ ଓବିସି ଥିବାବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉଚ୍ଚ ନ୍ୟାୟାଳୟରେ ଠିକ୍ ଭାବେ ସରକାର ପକ୍ଷ ନ ରଖିପରିବାରୁ ଓବିସି ବର୍ଗ ସଂରକ୍ଷଣ ପାଇ ପାରିନାହାନ୍ତି । ଏହାର ପ୍ରତିବାଦ କରିଛି ବିଜେପି ସୋମବାର ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସରୋଜ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିବାଦ ଶୋଭାଯାତ୍ରା କରିବା ସହ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ୟେଶରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପ୍ରଦାନ କରାଯାଇଛି । ତେବେ ଗତ ପାଞ୍ଚ ବର୍ଷରେ ୨୭ ପ୍ରତିଶତ ଓବିସି ମାନଙ୍କ ସଂରକ୍ଷଣ ରହିଥିଲା କିନ୍ତୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗ ପ୍ରତି ବୈମାତୃକ ମନୋଭାବ ହେତୁ ଉକ୍ତ ବର୍ଗ ନିର୍ବାଚନରେ ଭାଗ ନେବା ନେଇ ଦ୍ୱନ୍ଦରେ ଅଛନ୍ତି । ମଧ୍ୟ ପ୍ରଦେଶ ,ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ଉଚ୍ଚତମ ନ୍ୟାୟାଳୟ ରେ ଦ୍ଵାରସ୍ଥ ହୋଇଥିବା ବେଳେ ଓଡ଼ିଶା ଏ ସମ୍ପର୍କରେ ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବିଜେପି କହିଛି । ଉଚ୍ଚ ନ୍ୟାୟାଳୟ ନିଷ୍ପତି ଆଳ ଦେଖାଇ ରାଜ୍ୟ ସରକାର ଓବିସି ବର୍ଗଙ୍କୁ ଆଗାମୀ ନିର୍ବାଚନରେ ବଞ୍ଚିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେଣୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଆଧାରରେ ପ୍ରତିନିଧିତ୍ଵ କରିବା ପାଇଁ ପଛୁଆ ବର୍ଗଙ୍କୁ ଯେଉଁ ସାମ୍ବିଧାନିକ ଅଧିକାର ଦିଆଯାଇଛି ତାହା ସୁନିଚିତ କରିବା ପରେ ପଞ୍ଚାୟତ ନିର୍ବାଚନ କରାଯାଉ ବୋଲି ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ଜେନା ପ୍ରେସ ବିବୃତିରେ କହିଛନ୍ତି ।

 

 

What’s your Reaction?
+1
0
+1
0
+1
0
+1
0
+1
2
+1
1
+1
0

Leave a Reply