ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଓ ପ୍ରତିଶ୍ରୁତି

ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଓ ପ୍ରତିଶ୍ରୁତି

ଅନୁଗୁଳ – ପୌର ନିର୍ବାଚନ ପାଇଁ ଆଉ ଦିନ କେଇଟା ହାତରେ ଥିବା ବେଳେ ଆଜି ଜିଲ୍ଲା ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରା ଯାଇଛି । ଚଳିତ ପୌରନିର୍ବାଚନ ପରିପ୍ରେକ୍ଷୀରେ ପୌର ଭୋଟର ଓ ବାସୀନ୍ଦାମାନଙ୍କୁ ଏହି ଇସ୍ତାହାର ମାଧ୍ୟମରେ ପ୍ରଦତ୍ତ ସମସ୍ତ ପ୍ରତିଶୃତିକୁ ବିଜେପି ପାଳନ କରିବା ପାଇଁ ନିଶ୍ଚିତ କରି ଅଙ୍ଗୀକାରବଦ୍ଧ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହା ଯାଇଛି । ଏହି ଇସ୍ତାହାର ଅନୁଯାୟୀ ଅନୁଗୁଳ ସମେତ ସମସ୍ତ ପୌରାଞ୍ଚଳର ” ବାବୁ ସାହି- ନୌକର ସାହି ” ବଦଳର ” ଲୋକଙ୍କ ଶାସନ ” ପ୍ରଚଳିତ କରାଯିବ ଓ ‘ ନାଲିଫିତା ‘ କୁ ବରଦାସ୍ତ କରାଯିବ ନାହିଁ ବୋଲି କୁହା ଯାଇଛି । ଏହା ସହ ପୌରାଞ୍ଚଳ ବିଶେଷତଃ ଅନୁଗୁଳରେ ରହି ଆସିଥିବା ଅମଲାପଡା ଦୁର୍ଗା ପଡିଆ ସହ ସମସ୍ତ ସାଂସ୍କୃତିକ ପୂଜା ପଡ଼ିଆ , ଖେଳପଡ଼ିଆ ଓ ସାର୍ବଜନୀନ ଖୋଲା ପଡ଼ିଆକୁ କମ୍ୟୁନିଟି ଜମିର ମାନ୍ୟତା ପ୍ରଦାନ ପୂର୍ବକ ପଟ୍ଟା ହାସଲ କରାଇଦିଆଯିବ । ସମସ୍ତ କମ୍ୟୁନିଟି ହଲର ଉନ୍ନତୀକରଣ କରାଯିବା ସହ ପୌରାଞ୍ଚଳ ହୋଲଡିଙ୍ଗ ଟାକ୍ସ ପ୍ରଦତ୍ତକାରୀମାନଙ୍କ ହୋଲଡିଙ୍ଗ ଟାକ୍ସକୁ ସ୍ବତନ୍ତ୍ର ଆଇକାର୍ଡ ପ୍ରଦାନ କରାଯିବ । ବୟସ୍କ ଓ ଦିବ୍ୟାଙ୍ଗ ମାନଙ୍କୁ ଏଥିରେ ସ୍ବତନ୍ତ୍ର ଭାବେ ସାମିଲ କରାଯିବ । ପୌରାଞ୍ଚଳ ସମଗ୍ର ରାଜ୍ୟବାସୀଙ୍କ ଦ୍ବାରା ବ୍ୟବହାର ହେଉଥିବା ବେଳେ ଏହାର ସୀମିତ ବାସୀନ୍ଦାଙ୍କ ଉପରେ ହୋଲଡିଙ୍ଗ ଟାକ୍ସର ଅହେତୁକ ବୃଦ୍ଧି ଏବଂ ଦୋକାନ ଘରର ଲାଇସେନ୍ସ ବୃଦ୍ଧିକୁ ଲଦି ଦିଆଯିବ ନାହିଁ । ପୌରାଞ୍ଚଳର ଉନ୍ନତି ନିମିତ୍ତ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଅନୁଦାନ ଓ ଯୋଜନା ରାଶିକୁ ସ୍ବଚ୍ଛତାର ସହ ବ୍ୟୟ କରାଯିବ ଏବଂ ଏହାର ଟିକିନିଖି ହିସାବ ସର୍ବସାଧାରଣଙ୍କୁ ଅବଗତ କରାଯିବ । ପୌରସଂସ୍ଥାକୁ ଦୁର୍ନୀତିମୁକ୍ତ ଓ ଦକ୍ଷ କରାଯିବା ସହ ପିସି ଉଚ୍ଛେଦ କରାଯିବ । ତଥ୍ୟ ପ୍ରଦାନ ନିମିତ୍ତ ସାମ୍ବାଦିକମାନଙ୍କ ପାଇଁ ପୌର କାର୍ଯ୍ୟାଳୟ ସର୍ବଦା ଉନ୍ମୁକ୍ତ ରହିବ । ପୌରାଞ୍ଚଳ ବସ୍ତି ବାସୀନ୍ଦାଙ୍କୁ ତୁରନ୍ତ ଜମି ପଟ୍ଟା , ଘର , ପାଣି , ବିଦ୍ୟୁତ୍ , ରାସ୍ତା ଯୋଗାଣ ବିଜେପି ନିଶ୍ଚିତ କରିବ । ପୌରପ୍ରଶାସନ ଓ କାର୍ଯ୍ୟାଳୟକୁ ପୌରସେବା ଓ ପୌରଲୋକସେବା କାର୍ଯ୍ୟାଳୟରେ ପରିଣତ କରାଯିବ । ପୌରବ।ସୀଙ୍କ ବିରୋଦ୍ଧ ହେଲେ , କୌଣସି ସ୍ଥାନରେ ଆଦୌ ମଦ ଦୋଳାନ ଖୋଲିବାକୁ ଦିଆଯିବ ନାହିଁ । ପୌର କାର୍ଯ୍ୟାଳୟ “ଜନସେବା” ପାଇଁ ଉତ୍ତର ଦାୟୀ ରହିବ ଏହା କାଉନ୍ସିଲର ଓ ପୌରାଧ୍ୟକ୍ଷଙ୍କ ଦାୟିତ୍ବ ହେବ । ପୌର ପ୍ରଶାସନରେ ଦୀର୍ଘ ଦିନରୁ ଚାଲିଆସିଥିବା ମାଫିଆ ରାଜକୁ ଦୃଢ ହସ୍ତରେ ବିଜେପି ନିଷିଦ୍ଧ କରି ପୌରବାସୀନ୍ଦାଙ୍କୁ ଭୟମୁକ୍ତ ଜୀବନଯାପନର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରାଇବା ସହ ବ୍ୟବସାୟ ବଦଳରେ ଜନସେବାକୁ ପ୍ରାଥମିକତା ଦିଆଯିବ । କ୍ଷୁଦ୍ର , ମଧ୍ୟମ ଓ ବଡ଼ ବ୍ୟବସାୟୀଙ୍କ ଉପରେ ଜୁଲମ ବନ୍ଦ କରାଯିବା ସହ ” ଅସ୍ଥାୟୀ ଓ ଠେଲା ଦୋକାନୀ ” ଙ୍କୁ ଅଇଥାନ କରାଯିବ । ଭୁବନେଶ୍ବର ପରି ଜିଲ୍ଲା ତମାମ ଭେଣ୍ଡିଜୋନ୍ ହେବ ଏବଂ ସ୍ଵଚ୍ଛତାର ସହ ବଣ୍ଟନ ହେବ । ପୌର ପ୍ରଶାସନ ଏବଂ ଜିଲ୍ଲା ତମାମ ସ୍ଥାୟୀ ବାସୀନ୍ଦା ଓ ଯୁବକ ମାନଙ୍କୁ ନିଯୁକ୍ତି ଓ ଠିକା କାମ ପ୍ରଦାନ କରାଯିବ । ଶିଳ୍ପ ଖଣିର ‘ ଡି.ଏମ୍.ଏଫ୍ ଓ ” ପେରିଫେରି ଡେଭଲପ୍‌ମେଣ୍ଟ ଫଣ୍ଡ ପ୍ରଭୃତି ବିପୁଳ ପାଣ୍ଠିକୁ ପୌରାଞ୍ଚଳର ଉନ୍ନତିରେ ବ୍ୟୟ କରାଯିବ । ଉନ୍ନତ ଆଧୁନିକ ମାର୍କେଟ , ଚାଷୀ ଓ ବାସୀନ୍ଦାକୁ ଯୋଗାଇ ଦିଆଯିବ । ଜିଲ୍ଲା ଏବଂ ବିଶେଷତଃ ଅନୁଗୁଳ ପୌରାଞ୍ଚଳରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ନିଷ୍କାସନ ଓ ପରିଚାଳନା ପାଇଁ କେନ୍ଦ୍ରୀୟ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ । ଅନୁଗୁଳ ଏନ୍.ଏ.ସି.କୁ ବିଜେପି ” ମ୍ୟୁନିସିପାଲଟି ” ରେ ପରିଣତ କରିଥିବା ଏହି ସାମ୍ବାଦିକ ସମ୍ମିଳନୀରେ କହିବା ସହ ଏହାକୁ ନିଶ୍ଚିତ ” କରପୋରେସନ୍ କରିବା ଦାୟିତ୍ବ ବିଜେପି ନେବ ବୋଲି ପୌରାଧକ୍ଷ ପ୍ରାର୍ଥୀ  ଦିଲ୍ଲୀପ ପ୍ରଧାନ କହିଥିଲେ ବିଜେପି । ପୌରବାସୀନ୍ଦାଙ୍କ ” ତତ୍କାଳ ଆବଶ୍ୟକତାର ” ତତ୍କାଳ ସମାଧାନ ” ପାଇଁ ବିଜେପି ସର୍ବଦା ଉତ୍ସର୍ଗୀକୃତ ରହିବ । ସମସ୍ତ ପୌରବାସୀନ୍ଦାଙ୍କ ରୋଜଗାର , ଏହି ଶିଳ୍ପ ସମୃଦ୍ଧ ଜିଲ୍ଲାରେ ନିଶ୍ଚିତ କରାଯିବା ସହ କେହି ଭିକାରୀ ରହିବେ ନାହିଁ ବୋଲି ବିଜେପି ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଛି । ପୌରାଞ୍ଚଳରେ ‘ କାଞ୍ଜିଆ ହାଉସ୍  , ସଲଟର ହାଉସ , ପାର୍କିଂସ୍ଥଳ ପ୍ରଭୃତି ନିଶ୍ଚିତ ସ୍ଥାପନ କରାଯିବ । ଘରେ ଘରେ ଯୋଜନାର ଅର୍ଥ ପହଞ୍ଚିବ ଏବଂ ହୋଲଡିଙ୍ଗ ଟାକ୍ସ ପାଇଁ ଆଉ ଟାକ୍ସ ହୋଲ୍ଡର ଧାଡ଼ି ବାନ୍ଧି ଠିଆ ହେବେ ନାହିଁ । ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ନିର୍ଦ୍ଦିଷ୍ଟ ସମୟ ସୀମାରେ ଘରେ ପହଞ୍ଚିବ । ଫୋନ୍ କଲରେ ପହଞ୍ଚିବ ଅଳିଆ ଉଠା ଓ ସେସପୋଲ ଗାଡ଼ି । ପିସି ମୁକ୍ତ ” ଆର୍ଥିକ ଅନୁଦାନ ଓ ଟାକ୍ସ ପ୍ରଦାନକାରୀଙ୍କ ଅର୍ଥ ସ୍ବଳତାର ସହ ବ୍ୟୟ କରାଯିବ । ଏହି ନିର୍ବାଚନ ଇସ୍ତାହାର କେବଳ କାଗଜ ଫର୍ଦ ଓ ବାକ୍ୟରେ ସୀମିତ ନୁହେଁ , ବରଂ ଏହାର କାର୍ଯ୍ୟକାରିତା ପାଇଁ ବିଜେପି ଶପଥ ନେଇ ଉତ୍ତର ଳାୟିତ୍ବ ଗ୍ରହଣ କରୁଛି ବୋଲି କୁହା ଯାଇଥିଲା । ସ୍ଵର୍ଗତଃ ନବ ଚୌଧୁରୀ , ମାଳତୀ ଦେବୀ , ପବିତ୍ର ମୋହନ ପ୍ରଧାନ ଓ କବି ରାଧା ମୋହନ ଗଡ଼ନାୟକଙ୍କ କର୍ମ ଭୂମିରେ ଆଜିର ପୌରାଞ୍ଚଳବାସୀ ସ୍ଵପ୍ନ ଦେଖନ୍ତୁ ବୋଲି କହିଥିଲେ । ଏଥିପାଇଁ ଭୋଟ ମାଧ୍ୟମରେ ବସ୍ତିବାସୀନ୍ଦା , ସିନିୟର୍ ସିଟିଜନ୍ , ମହିଳା ପୁରୁଷମାନେ ସହଯୋଗର ହାତ ବଢ଼ାଇ ବିଜେପିକୁ ସେବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରା ଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
8
+1
0
+1
0

Leave a Reply