ମୁଖ୍ୟ ଖବର ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଲେ ବ୍ଲକ ସିନିୟର ଆସିଷ୍ଟାଣ୍ଡ କ୍ଳର୍କ Angul OnlineDecember 4, 2023December 4, 2023 ଅନୁଗୁଳ – ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଡ କ୍ଲର୍କ ନିତ୍ୟାନନ୍ଦ ଗାଇଗରିଆ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ପୂର୍ବରୁ ପିଅନ ଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ଅନୁଗୁଳ ଜିଲ୍ଲା ସ୍ପୋର୍ଟସ ବିଭାଗରେ ଜୁନିଅର ଆସିଷ୍ଟାଣ୍ଡ କ୍ଳର୍କ ଭାବେ ଚାକିରୀ କରିଛନ୍ତି । ତେବେ ସେ କିଶୋରନଗର ବ୍ଲକରେ ଥିବା ବେଳେ ତାଙ୍କର ସାଲାରୀ କାମ କିଛି ବାକି ଥିଲା । ଯେଉଁଥିପାଇଁ ସେ ସେଠାରେ ଥିବା ସିନିୟର ଆସିଷ୍ଟାଣ୍ଡ କ୍ଳକ ନିତ୍ୟାନନ୍ଦ ଗାଈଗରିଆଙ୍କ ପାଖକୁ ବାରମ୍ବାର ଦୌଡୁଥିଲେ । ତେବେ ନିତ୍ୟାନନ୍ଦ ଟଙ୍କା ମାଗିବା ସହ ତାଙ୍କୁ ବାରମ୍ବାର ଦୌଡାଉଥିଲେ । ବାଧ୍ୟ ହୋଇ ପୂର୍ଣ୍ଣଚନ୍ଦ୍ର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଉ ଆଜି ପୂର୍ବ ଯୋଜନା ଅନୁଯାୟୀ ପୂର୍ଣ୍ଣଚନ୍ଦ୍ର ୧୦ ହଜାର ଟଙ୍କା ଲାଞ୍ଚ ନିତ୍ୟାନନ୍ଦଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରି ନେଇଥିଲେ । ତାଙ୍କ ପାଖରୁ ୧୦ ହଜାର ଟଙ୍କା ଜବତ କରିବା ସହ ତାଙ୍କ ଅଫିସ , ସରକାରୀ କ୍ୱାଟର ସମେତ ତେଲିନାଲିସ୍ଥିତ ପୈତୃକ ବାସ ଭାବନରେ ଚଢ଼ାଉ କରା ଯାଇଥିଲା । Advertisement
ବଦଳିଲେ ଜିଲ୍ଲା ଶିକ୍ଷାଧିକାରୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ହୋଇଛି । ଓଡିଶା ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ବଦଳି ନିର୍ଦେଶ ଅନୁଯାୟୀ…
ବଦଳିଲେ ଜିଲ୍ଲାର ୫ ତହସିଲଦାର ଅନୁଗୁଳ – ରାଜ୍ୟ ସରକାର ଓଏଏସ୍ ଅଧିକାରୀ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ଅନୁଗୁଳ ଜିଲ୍ଲାର ୫ ଜଣ ତହସିଲଦାରଙ୍କ…
ଜାତୀୟ ରାଜପଥରେ ମାସେ ପାଇଁ ନୋ ଏଣ୍ଟ୍ରି ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ରନ୍ତଲେଇଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଯାହା…