ସ୍ୱାସ୍ଥ୍ୟ ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁଙ୍କ ସ୍ମୃତିରେ ରକ୍ତଦାନ ଶିବିର Angul OnlineMay 28, 2022May 28, 2022 ଅନୁଗୁଳ – ଅନୁଗୁଳ ମାଟିର ଜଣେ ଦକ୍ଷ ଓ ଯୁବ ସାମ୍ବାଦିକ ଥିଲେ ସ୍ବର୍ଗତ ରଘୁନାଥ ସାହୁ । ମାତ୍ର ଯୁବାବସ୍ଥାରେ ସ୍ବାସ୍ଥ୍ୟବସ୍ଥରେ ଅବନତି କାରଣରୁ ଗତବର୍ଷ ଆଜିର ଦିନରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ସାମ୍ବାଦିକ ଜଗତରରେ ଏକ ଖାଲି ସ୍ଥାନ ଛାଡି ଯାଇଥିଲା । ତାଙ୍କର ଏହି ଦେହାନ୍ତ ଦିବସ ବା ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ରକ୍ତଦାନ ଭବନଠାରେ ଆୟୋଜନ କରାଯାଇଥିଲା । ଯେଉଁଥିରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଅନୁଗୁଳ ଉପ-ଜିଲ୍ଲାପାଳ ବଇତୁରା ଦୀପ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଜଣେ ସାମ୍ବାଦିକ ବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକରେ ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ପ୍ରଶଂସା କରିଥିଲେ । ରଘୁନାଥଙ୍କ ପ୍ରତ୍ୟେକ ଶ୍ରାଦ୍ଧ ବାର୍ଷିକରେ ରକ୍ତଦାନ ଶିବିର ହେଉ ଅବା ଅନ୍ୟ କୌଣସି ସାମାଜିକ କାର୍ଯ୍ୟ ଆୟୋଜନ କରି ତାଙ୍କ ସ୍ମୃତି ଚାରଣ କରିବାକୁ ଚେଷ୍ଟା ଜାରି ରହିବ ବୋଲି ଆୟୋଜକ ମାନେ ପ୍ରକାଶ କରିଥିଲେ । ଆଜିର ଏହି ରକ୍ତଦାନ ଶିବିରକୁ ସାମ୍ବାଦିକ ସମରେଶ ନାଥ , ମହେଶ ଭୋମରାଜ , ଜୟନ୍ତ କର , ସୁଶାନ୍ତ ସେଠୀ , ସୌମ୍ୟ ରଞ୍ଜନ ଦାଶ , ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ , ପ୍ରତାପ ମହାପାତ୍ର , ଆଦ୍ୟଶ୍ଲୋକ ମିଶ୍ର , ବାପୁଜୀ ପ୍ରଧାନ ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ ରକ୍ତଭଣ୍ତାର କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । Advertisement
ଜିଲ୍ଲାରେ ଡରାଇଲାଣି ଜେଇ – ସ୍ୱାସ୍ଥ୍ୟ ବିଭାଗର ତନାଘନା ଅନୁଗୁଳ – (ଅନୁଗୁଳ ଅନଲାଇନ)- ଓଡ଼ିଶାରେ ପୁଣି ଜାପାନିଜ୍ ଏନ୍ସେଫାଲିଟିସ୍ (ଜେଇ) ଆତଙ୍କ ଦେଖା ଦେଇଛି । ଏହି ଜେଇ ରୋଗ ରେ ଅନୁଗୁଳ ଜିଲ୍ଲାରୁ ୪…
ତାଳଚେର ମେଡିକାଲ କଲେଜ ନେଇ ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର ଭୁବନେଶ୍ଵର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଆରମ୍ଭ ହୋଇ ପାରୁ ନାହିଁ । ଏହାକୁ…
ଅସହଯୋଗ ଆନ୍ଦୋଳନରେ ଡାକ୍ତର – ସ୍ଥାୟୀ ନିଯୁକ୍ତି ଦାବି ଅନୁଗୁଳ – ରାଜ୍ୟ ଆୟୁଷ ଡ଼ାକ୍ତର ସଂଘ ସହବନ୍ଧିତ ଅନୁଗୁଳ ଜିଲ୍ଲା ଆୟୁଷ ଡ଼ାକ୍ତର ସଂଘ ତରଫରୁ ଆଜି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜ୍ୟ…