ମୁଖ୍ୟ ଖବର ଠାକୁରଗଡରୁ ଯୁବକ ନିଖୋଜ , ବାଲିପଟ୍ଟାରୁ ମୃତଦେହ ଉଦ୍ଧାର Angul OnlineApril 25, 2023April 25, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କୁକୁରପେଟା ଗ୍ରାମକୁ ୩ ଦିନ ତଳେ ଜଣେ ଯୁବକ ଏକ ବିବାହ ଉତ୍ସବକୁ ଆସି ନିଖୋଜ ଥିବା ବେଳେ ଆଜି ତାଙ୍କ ମୃତଦେହ ବାଲିପଟ୍ଟା ତେଲିପୋଲ ନିକଟରୁ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଠାକୁରଗଡ ଥାନା କରଡାବାହାଳ ଗ୍ରାମର ଅମର ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ , ଠାକୁରଗଡ ଥାନା କରଡାବାହାଳ ଗ୍ରାମର ଅମର ସାହୁ ୩ ଦିନ ତଳେ ଛେଣ୍ତିପଦା ଥାନା କୁକୁରପେଟା ଗ୍ରାମକୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବିବାହ କାର୍ଯ୍ୟରେ ଯୋଗ ଦେବାପାଇଁ ଆସିଥିଲେ । ତେବେ ସନ୍ଧ୍ୟା ପରେ ଅମରଙ୍କ କୌଣସି ପତା ମିଳିନଥିଲା । ଏନେଇ ସମ୍ପର୍କୀୟ ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନପାଇବାରୁ ଗତ କାଲି ସକାଳେ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଆଜି ଅମରଙ୍କ ମୃତଦେହ ଓ ମୋଟରସାଇକେଲ ବାଲିପଟ୍ଟା ତେଲିପୋଲ ନିକଟରେ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ସମ୍ପର୍କୀୟ ଓ ପୋଲିକୁ ଖବର ଦେଇଥିଲେ । ଖବର ପାଇ ଛେଣ୍ତିପଦା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛି । ଅନ୍ୟପକ୍ଷରେ ଅମରଙ୍କ ପରିବାର ଓ ସମ୍ପର୍କୀୟ ଘଟଣା ସ୍ଥଳରେ ପହଞ୍ଚି ଅମରକୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଥିବା ଅଭିଯୋଗ କରିଛଂତି । Advertisement
ସାବତ ମା ପ୍ରରୋଚନାରେ ନାବାଳକକୁ ଚେଙ୍କ ଦେଲା ବାପା ଅନୁଗୁଳ – ସ୍କୁଲ ଗଲା ନାହିଁ ବୋଲି ନାବାଳକକୁ ଚେଙ୍କ । ପୁଣି ସାବତ ମା ପ୍ରବଚନାରେ ପଡି ବାପା ଦେଲା ଚେଙ୍କ । ଏଭଳି ଅଭାବନୀୟ…
ପୁଲିସର ଥାର୍ଡଡିଗ୍ରୀରେ ବୃଦ୍ଧ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୁଲିସ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । ଥାର୍ଡ ଡିଗ୍ରୀ ନିର୍ଯାତନା ଦେବା ଫଳରେ ଜଣେ ବୃଦ୍ଧ ଗୁରୁତର ହୋଇ…
ଶ୍ଵାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତ୍ତି ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଘରେ ଶୋଇଥିବା ବେଳେ ଶ୍ଵାସରୁଦ୍ଧ ହୋଇ…