ବ୍ରିଜ ତଳୁ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ

ବ୍ରିଜ ତଳୁ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ


ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ରୁ ଅନ୍ତୁଳିଆ ରାସ୍ତାରେ ଥିବା ହାତିଗଞ୍ଜ ବ୍ରିଜ ତଳୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଅସ୍ତରଙ୍ଗପୁର ଗାଁର ସଞ୍ଜୟ ସ୍ୱାଇଁ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ସଞ୍ଜୟ ଗତକାଲି ଘରୁ ଏକ ସାଇକେଲରେ ତାଙ୍କ ଶଶୁର ଘରେ ହାତିଗଞ୍ଜ ଗାଁକୁ ବାହାରି ଆସିଥିଲେ । ତେବେ ସେ ନା ଶଶୁର ଘରେ ପହଞ୍ଚିଥିଲେ ନା ଘରକୁ ଆଉ ଫେରିଥିଲେ । ତେବେ ଆଜି ସକାଳୁ ତାଙ୍କ ମୃତଦେହ ହାତିଗଞ୍ଜ ବ୍ରିଜ ତଳେ ପଡିଥିବା ବେଳେ ତାଙ୍କ ସାଇକେଲ ମଧ୍ୟ ତାଙ୍କ ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଥିବା ବେଳେ ଏହା ଏକ ଦୁର୍ଘଟଣା ବୋଲି ମଧ୍ୟ ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି । ଖବର ପାଇ ଠାକୁରଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

What’s your Reaction?
+1
0
+1
0
+1
0
+1
0
+1
1
+1
1
+1
0

Leave a Reply