ନକଲି ବନ୍ଧୁକ ଦେଖାଇ ଆତଙ୍କ ରଚିଲା ପ୍ରେମିକ – ଥାନାରେ ଅଟକ

ନକଲି ବନ୍ଧୁକ ଦେଖାଇ ଆତଙ୍କ ରଚିଲା ପ୍ରେମିକ – ଥାନାରେ ଅଟକ

ଅନୁଗୁଳ – ପ୍ରେମିକାର ବାହାଘର ଖବର ପାଇ ରହି ପାରିଲା ନାହିଁ ପ୍ରେମିକ । ଆଉ ପ୍ରେମିକାର ବାହାଘରରେ ପହଞ୍ଚି ଯାଇ ଆରମ୍ଭ କରି ଦେଇଥିଲା ଗଣ୍ଡଗୋଳ । ଏପରିକି ନକଲି ବନ୍ଧୁକ ଦେଖାଇ ସମସ୍ତଙ୍କୁ ଡରାଇବା ସହ ବାହାଘର ବନ୍ଦ କରିବବାକୁ ଡରାଇଥିଲା । ପରେ ପେଟ୍ରୋଲ ଢାଳି ନିଜେ ଆତ୍ମହତ୍ୟା କରିବା ସହ ବିବାହ କରୁଥିବା ଯୁବତୀଙ୍କ ଉପରକୁ ପେଟ୍ରୋଲ ଫିଙ୍ଗିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଠାଇ ଆଣି ଅଟକ ରଖିଛି । ଏଭଳି ଘଟଣା ଅନୁଗୁଳ ଥାନା ଆଙ୍କୁଲା ଗାଁରେ ଦେଖିବାକୁ ମିଳିଛି

ସୂଚନା ଅନୁସାରେ ଅନୁଗୁଳ ଉପକଣ୍ଠ ଆଙ୍କୁଲା ଗ୍ରାମର ଜଣେ ଯୁବକଙ୍କ ସହିତ ବୁଧବାର ସଦର ଥାନା ବଲାସିଙ୍ଗା ଗାଁର ଜଣେ ଯୁବତୀଙ୍କ ସହ ବିବାହ ହେଉଥିଲା । ଆଙ୍କୁଲା ଗାଁ ପାଖ ଏକ ମନ୍ଦିର ନିକଟରେ ଏହି ବିବାହ ଚାଲିଥିବା ସମୟରେ ମୂଷାପାପୁଲି ଗାଁର ଗଦାଧର ନାଏକ ଓ ତାଙ୍କର ଜଣେ ସହଯୋଗୀ ସେଠାରେ ପହଞ୍ଚିଥିଲେ । ବିବାହ କରୁଥିବା ଯୁବତୀ ଜଣଙ୍କୁ ସେ ଭଲ ପାଉଛନ୍ତି ଓ ତାକୁ ହିଁ ବିବାହ କରିବେ ବୋଲି କହିବା ସହ ବିବାହ ବନ୍ଦ କରିବାକୁ ଧମକ ଦେଇଥିଲେ । କିନ୍ତୁ ତାଙ୍କ କଥାକୁ କେହି ଗୁରୁତ୍ଵ ନ ଦେଇ ବିବାହ କାର୍ଯ୍ୟରେ ଲାଗି ରହିଥିଲେ । ଏଥିରେ ହତାଶ ହୋଇ ଗଦାଧର ଏକ ନକଲି ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେ ଯୁବତୀ ଜଣଙ୍କୁ ନେଇ ଫେରାର୍ ହେବାକୁ ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ ଏଥିରେ ଅସଫଳ ହେବାରୁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ସହ ବିବାହ କରୁଥିବା ଯୁବତୀଙ୍କ ଉପରକୁ ମଧ୍ୟ ପେଟ୍ରୋଲ ଫିଙ୍ଗିଥିଲେ । ତେବେ ଯୁବକଜଣଙ୍କ ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ଅନ୍ୟମାନେ ତାଙ୍କୁ କାବୁ କରି ନେଇଥିଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଖବର ପାଇ ଅନୁଗୁଳ ଥାନା ପୁଲିସର ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଦୁଇ ଯୁବକଙ୍କୁ ଆଣି ଅନୁଗୁଳ ଥାନାରେ ରଖି ପଚରାଉଚୁରା କରୁଛି ।

 

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply