ଅପରାଧ ଏଟିମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ Angul OnlineAugust 21, 2022August 21, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାକୁ ପୁଣି ଥରେ ଏଟିଏମ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି । ଗତ ଦୁଇ ବର୍ଷ ତଳେ ବାରମ୍ବାର ଏଟିଏମ ଭାଙ୍ଗି ଲୁଟ ହୋଇଥିବା ବେଳେ ପୁଲିସ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବୋଲି କହିଥିଲା । ତେବେ ଦୀର୍ଘ ଦିନ ବ୍ୟବଧାନରେ ଜିଲ୍ଲାରେ ପୁଣି ଥରେ ଏଟିଏମ ଲୁଟେରା ମାନେ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିବାକୁ ଚେଷ୍ଟା କରିଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଛେଣ୍ଡିପଦା ଥାନା ନୂଆଁଗାଁ ଠାରେ ଥିବା ଏସ ବି ଆଇ ଶାଖାର ଏଟିଏମ କୁ ଲୁଟେରା ମାନେ ଭଙ୍ଗାରୁଜା କରିଛନ୍ତି । ଏଟିଏମ ମେସିନର ସାମ୍ନା ପଟ ସେମାନେ ଶାବଳରେ ଭାଙ୍ଗି ଥିବା ବେଳେ ଟଙ୍କା ଲୁଟ ହୋଇଛି କି ନାହିଁ ତାହା ଜଣା ପଡି ନାହିଁ । ସ୍ଥାନୀୟ ଲୋକ ଏଟିଏମ ଭଙ୍ଗା ଯାଇଥିବା ଦେଖି ପୁଲିସକୁ ସୂଚନା ଦେଇଛନ୍ତି । ପୁଲିସ ଓ ବ୍ୟାଙ୍କ କର୍ମଚାରୀ ଆସିବା ପରେ ଟଙ୍କା ଲୁଟ ହୋଇଛି ନା ନାହିଁ ଜଣା ପଡିବ । Advertisement
୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ବିଭାଗକୁ ବ୍ରାଉନସୁଗାର ବେପାରୀଙ୍କୁ ଧରିବାରେ ଆଉ ଏକ ସଫଳତା ମିଳିଛି । ତାଳଚେର ସମଲ ଅଞ୍ଚଳରେ ବ୍ୟାପକ ଭାବେ ଏହି…
କଙ୍କାଳ ଉଦ୍ଧାର – ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ ଥାନା ଗୋପୀନାଥପୁର ନିକଟରୁ ଆଜି ଏକ କଙ୍କାଳ ଉଦ୍ଧାର କରା ଯାଇଛି । ସୂଚନା ଅନୁସାରେ ଆଜି ସକାଳ ସମୟରେ ଗାଁ ପାଖ…
ଠକେଇ କରି ବନ୍ଧା ହେଲେ ସ୍ଵାମୀ-ସ୍ତ୍ରୀ ଅନୁଗୁଳ – କମ୍ ଦାମରେ ରାଶନ ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଠକେଇ କରିଥିବା । ଅଭିଯୋଗରେ ବଅଁରପାଳ ବନ୍ଦା ଗ୍ରାମର ବିନୋଦିନୀ ମୁଦୁଲି ଓ…