ଲାଞ୍ଚ ମାଗିବାର ଅଡିଓ ଭାଇରାଲ – ଭୋଟର ତାଲିକାରେ ନାମ ଚଢେଇବା ପାଇଁ ଲାଞ୍ଚ ମାଗୁଛନ୍ତି ଜିପିଓ (Video)

ଲାଞ୍ଚ ମାଗିବାର ଅଡିଓ ଭାଇରାଲ – ଭୋଟର ତାଲିକାରେ ନାମ ଚଢେଇବା ପାଇଁ ଲାଞ୍ଚ ମାଗୁଛନ୍ତି ଜିପିଓ (Video)

ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ ଜିପିଇଓ ଭାସ୍କର ବେହେରା ଭୋଟର ତାଳିକାରେ ଥିବା ତୃଟିକୁ ସୁଧାରିବାକୁ ନେଇ ଲାଞ୍ଚ ଦାବି କରୁଥିବା ଅଡ଼ିଓ ମୋବାଇଲ୍‌ରୁ ମୋବାଇଲକୁ  ଘୂରି  ବୁଲୁଛି । ଯାହାକୁ ନେଇ ଏବେ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଜାରି ରହିଛି । ସୂଚନା ଅନୁଯାୟୀ  ହେଂସମୂଳ ଗ୍ରାମର  ମହିଳା ସସ୍ମିତା ପ୍ରଧାନ ସରପଂଚ ପ୍ରାର୍ଥୀନୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ମନସ୍ଥ କରିଥିଲେ । ହେଲେ ଭୋଟର ତାଲିକାରେ ତାଙ୍କ ନାମ କଟି ଯାଇଥିଲା । ଏଥିପାଇଁ ଏହାର ସଂଶୋଧନ ପାଇଁ ସେ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ।

ଫଳ କିଛି ନମିଳିବାରୁ ତାଙ୍କ ସ୍ୱାମୀ ମୁନା ସାହୁ ଫୋନ୍ ମାଧ୍ୟମରେ ଜିପିଇଓଙ୍କ ସହିତ ଏନେଇ କଥାବାର୍ତା ହୋଇଥିଲେ । ଏହି କଥାବାର୍ତା ସମୟରେ ସମ୍ପୃକ୍ତ ଜିପିଇଓ ଫୋନ୍‌ରେ ସ୍ପଷ୍ଟଭାବେ କିଛି ଖର୍ଚ୍ଚପାଣି ଧରି ମୋ ପାଖକୁ ଆସ ଏବଂ ଏ କଥା କାହା ଆଗରେ ପ୍ରକାଶ କରିବ ନାହିଁ , ଏହାକୁ ମୁଁ ସୁଧାରି ଦେବି ବୋଲି କହିଥିଲେ । ମାତ୍ର ଏବେ ଏହି ବାର୍ତାଳାପର ଅଡ଼ିଓ କ୍ଲିପ୍ ସୋସିଆଲ ମିଡ଼ିଆରେ ଘୂରୀ ବୁଲୁଛି । ଏ ନେଇ ତାଳଚେର ଜିପିଇଓଙ୍କୁ ଯୋଗାଯୋଗ କରିବାରୁ ଏମିତି ମଜାରେ କହିଥିଲି । ଟଙ୍କା ମାଗିବା ଉଦ୍ୟେଶ ନୁହେଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

 

 

What’s your Reaction?
+1
5
+1
0
+1
3
+1
8
+1
2
+1
0
+1
0

Leave a Reply