ମୁଖ୍ୟ ଖବର ହାଇୱା ଧକ୍କାରେ ଭାଇ ମୃତ , ଭଉଣୀ ଗୁରୁତର Angul OnlineMarch 31, 2022March 31, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ସ୍କୁଲ ସାହିଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁଲେଇ ଗାଁର ଅନ୍ତର ଭୁତିଆଙ୍କ ପୁଅ ଅନିଲ ଏବଂ ଝିଅ ଅର୍ଚ୍ଚିତା ମୋଟରସାଇକେଲରେ ସ୍ଥାନୀୟ ଚନ୍ଦ୍ରବାହାଲସ୍ଥିତ ମାମୁଁ ଘରକୁ ଯାଉଥିଲେ । କାଣ୍ଡସର ସ୍କୁଲ ସାହି ଠାରେ ମୋଟରସାଇକେ ରାସ୍ତା ଉପରକୁ ଉଠିବା ବେଳେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲା । ଏହି ସମୟରେ ସାମ୍ନାରୁ ଆସୁଥିବା ଏକ ହାଇୱା ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଭାଇ ଅନୀଲର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଅର୍ଚ୍ଚିତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅନୀଲଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ କରୁଛି । Advertisement
ଦୁଇ ଘଣ୍ଟାରେ ଚାରି ଜଣଙ୍କୁ ଗୋଡ଼ାଇ ମାରିଲା ହାତୀ ୩୦ ରୁ ଅଧିକ ହାତୀ ଗତ ଦୁଇ ମାସ ହେଲା ଅନୁଗୁଳ ସହର ଉପଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଘୁରି ବୁଲୁଥିଲେ । ସେଥିରୁ ଗୋଠଛଡ଼ା…
ହଷ୍ଟେଲ ଫି ଆଦାୟକୁ ବିରୋଧ – ରାସ୍ତାରେ ବସିଲେ ଛାତ୍ରୀ ଅନୁଗୁଳ – ଅନୁଗୁଳ ସରକାରୀ ମହାବିଦ୍ୟାଳୟର ହଷ୍ଟେଲ ଫି‘କୁ ନେଇ କଲେଜ ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଗ୍ରୀମ ଫି ଆଦାୟକୁ ବିରୋଧ କରି…
ଡାକ୍ତରଖାନାରେ ମୃତ ଯୁବକଙ୍କୁ ଜୀବିତ ଭାବି ଘଷା ମଜା – ପୁଲିସକୁ ହେବାକୁ ପଡିଲା ନାକେଦମ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି(ସୋମବାର) ଏକ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ଜଣେ ମୃତ ବ୍ୟକ୍ତିଙ୍କୁ ଜୀବିତ କହି ପରିବାର ଓ…