ମୁଖ୍ୟ ଖବର ବିଦ୍ୟୁତ ଆଘାତରେ ଭାଇ ମୃତ ଓ ଭଉଣୀ ଗୁରୁତର ଆହତ Angul OnlineSeptember 6, 2021September 6, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗାଁ ମହାରଣାସାହିରେ ସୋମବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଭାଇର ମୃତ୍ୟୁ ହୋଇ ଥିବା ବେଳେ ଉଦ୍ଧାର କରିବାକୁ ଯାଇ ଭଉଣୀ ଗୁରୁତର ହୋଇଥିବା ଜଣା ପଡିଛି । ମୃତ ଯୁବକ ଜଣକ ହେଲେ ୨୫ ବର୍ଷୀୟ ଚନ୍ଦ୍ରଶେଖର ମହାରଣା ହୋଇଥିବା ବେଳେ ଆହତ ହୋଇଥିବା ତାଙ୍କ ସାନ ଭଉଣି ଶୁଭ ମହାରଣା । ସୂଚନା ଅନୁସାରେ ବାନା ମହାରଣାଙ୍କ ପୁଅ ଚନ୍ଦ୍ରଶେଖର ମହାରଣା ଦିନ ୧ଟା ବେଳ ଘରେ ଥିବା ବିଦ୍ୟୁତ ଉପକରଣ ଗୁଡିକ ସଜାଡୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତ ତାରରେ ଲାଖି ଯାଇଥିଲେ । ଏହା ଦେଖି ତାଙ୍କ ସାନ ଭଉଣୀ ଶୁଭ ମହାରଣା ଭାଇକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିବା ସହିତ ଚିତ୍କାର କରିଥିଲେ । ଶୁଭଙ୍କ ଚିତ୍କାର ଶୁଣି ପଡିଶା ଘର ଲୋକ ବିଦ୍ୟୁତ ତାରକୁ କାଟି ଉଭୟ ଭାଇ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଚନ୍ଦ୍ରଶେଖରଙ୍କୁ ମୃତ ଘୋଷଣା କରିଥିବା ବେଳେ ଭଉଣୀ ଶୁଭ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଛେଣ୍ଡିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଲାଇଛି । Advertisement
ହାତୀ ଆକ୍ରମଣରେ ମହିଳା ମୃତ ଅନୁଗୁଳ – କଣିହାଁ ବନାଞ୍ଚଳ ସାପକଟା ଗାଁ ରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଶୁଭ ପ୍ରଧାନ ରାସ୍ତାରେ ଚାଲିଚାଲି…
ଦୁର୍ଘଟଣାରେ ପୁଣି ଦୁଇ ମୃତ – ଗୋଟିଏ ଦିନରେ ଦୁର୍ଘଟଣା ନେଲା ୭ ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ଏକ ଢ଼ାବା ନିକଟରେ ଗୋଟିଏ ଟ୍ରକ ( ଓଡି-୩୫-୦୪୩୪) ଓ ମୋଟରସାଇକେଲ …
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବ୍ଲକ ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆକ୍ରମଣରେ ଆଜି ସକାଳୁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ବୃଦ୍ଧ ଜଣଙ୍କ ଶୌଚ ହେବାକୁ…