ଅପରାଧ ୬ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ Angul OnlineNovember 25, 2022November 25, 2022 ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଛଡାଉ କରି ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଗୁରୁବାର ସକାଳେ ନାଲକୋନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ର ୨୪ ବର୍ଷୀୟ ସୌଭାଗ୍ୟ ସୁବୁଦ୍ଧି ଓରଫ ସନା ବ୍ରାଉନ ସୁଗାର ନେଇ ଯାଉଥିବାର କୌଣସି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଅନୁଗୁଳ ଅବକାରୀ ବିଭାଗ ମୋବାଇଲ ଇନ୍ସପେକଟର କୌଶଲ୍ୟ ଜେନା ତାକୁ ଧରିବା ପାଇଁ ତାର ପିଛା କରିଥିଲେ ।ଇନ୍ସପେକ୍ଟର ଶ୍ରୀ ଜେନା ତାର ପିଛା କରି ଅମାନ୍ତପୁର ସ୍ଥିତ ନାଳୁ ବାବା ମଠ ନିକଟରେ ସୌଭାଗ୍ୟକୁ ଗିରଫ କରିଥିଲେ । ଜାଞ୍ଚ ବେଳେ ସୌଭାଗ୍ୟଠାରୁ ୬୦ ଗ୍ରାମ ବ୍ରାଉନସୁଗାର ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ । ଅବକାରୀ ବିଭାଗ ସୁବୁଦ୍ଧିକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଇକୋ ପାର୍କ ନିକଟରୁ ୪ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ମୁଖ୍ୟ ପାର୍କ ନିକଟରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରା ଯାଇଛି । ଗିରଫ ଅଭିଯୁକ୍ତ…
ଡାକ୍ତରାଣୀ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଂଚଳର ଜଣେ ଡାକ୍ତରାଣୀଙ୍କୁ ଘରେ ପଶି ଦୁଷ୍କର୍ମ କରିବା ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ଫାଷ୍ଟଟ୍ରାକ…
ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଡିକି ଭାଙ୍ଗି ଟଙ୍କା ଲୁଟ ଅନୁଗୁଳ – ଭାରତୀୟ ଷ୍ଟେଟବ୍ୟାଙ୍କ ସାମ୍ନାରୁ ଲୁଟ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଡିକି ଭାଙ୍ଗି ତାଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ…