ଅପରାଧ ମହିଳାଙ୍କ ଠାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ Angul OnlineSeptember 14, 2022September 14, 2022 ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ମିଳିଛି ଏକ ବଡ଼ ସଫଳତା । ବ୍ରାଉନସୁଗାର ବିକ୍ରି ପାଇଁ ନେଉଥିବା ବେଳେ ଏହି ବେପାରରେ କିଙ୍ଗପିନ କୁହା ଯାଉଥିବା ଜଣେ ମହିଳା ଓ ତାର ସହଯୋଗୀକୁ ଗିରଫ କରାଯାଇଛି । ସୂଚନା ଅନୁସାରେ ଗିରାଙ୍ଗ ଅଂଚଳରେ ରହୁଥିବା ଝିଲି ସାହୁ ନାମକ ଜଣେ ମହିଳା ଅନେକଦିନ ହେଲା ବ୍ରାଉନସୁଗାର ବେପାର କରୁଥିବା ଖବର ମିଳିଥିବା ବେଳେ ଏହା ଉପରେ ଅବକାରୀ ବିଭାଗ ନଜର ରଖିଥିଲା । ଆଜି ସେ ବ୍ରାଉନସୁଗାର ନେଇ ଯାଉଥିବା ଖବର ପାଇ ଅବକାରୀ ବିଭାଗ ତାଳଚେର ମୁଣ୍ଡାସାହି ଠାରେ ତାକୁ ଧରି ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତା ନିକଟରୁ ୧୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ୨୦ ହଜାର ଟଙ୍କା ହେବ । ଝିଲି ସହ ତାର ସହଯୋଗୀ ପ୍ରଦ୍ୟୁମ୍ନ ସାହୁକୁ ଅବକାରୀ ବିଭାଗ ଗିରଫ କରିଛି । ଝିଲି ଅନେକ ଦିନ ହେଲା ଏହି ବେପାର କରୁଥିବା ବେଳେ ସେ ନାଲକୋ ଏବଂ ତାଳଚେର ଅଞ୍ଚଳରେ ଏହି ବ୍ୟବସାୟ କରି ଆସୁଥିଲା । ତେବେ ସେ କେଉଁଠାରୁ ଆଉ କିଭଳି ବ୍ରାଉନସୁଗାର ଆଣୁଥିଲା ସେ ନେଇ ତଦନ୍ତ କରା ଯାଉଛି । Advertisement
୧୩୫ ଗ୍ରାମ ବ୍ରାଉନସୁଗାର ଜବତ – ବାପ ପୁଅ ସମେତ ତିନି ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ସାଉଥବଲଣ୍ଡା ରେସକ୍ୟୁ କଲୋନୀ ଓ ବାଘୁଆବୋଲ ଅଞ୍ଚଳରୁ ୧୩୫ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ…
ଅମଲାପଡାରୁ ୧୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ପୂଜା ବଜାର ସରଗରମ ହେବା ପୂର୍ବରୁ ଅନୁଗୁଳ ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନୁଗୁଳ ବଜାର ଭିତରୁ ୧୨୦ ଗ୍ରାମ…
ସାହାଯ୍ୟ ବାହାନାରେ ଠକେଇ – ତିନି ଗିରଫ ଅନୁଗୁଳ – ଅନୁଗୁଳ ପୁଲିସ ଠକେଇ ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗିରଫକରିଛି । ସୂଚନା ଅନୁସାରେ , ଆଠମଲ୍ଲିକ ଥାନା ଅନ୍ତର୍ଗତ ଗଦାଧରପୁର ଗାଁର ଶେଷଦେବ…