ଅପରାଧ ବ୍ରାଉନସୁଗାର୍ ଓ ଗଞ୍ଜେଇ ଜବତ – ୨ ଗିରଫ Angul OnlineApril 25, 2022April 25, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସଦର ଏବଂ ମୋବାଇଲ ରେଞ୍ଜ ପକ୍ଷରୁ ଜରପଡା ଓ ନାଲକୋ ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ଜରପଡା ଉପର ସାହିର ଆଦିତ୍ୟ ସାହୁଙ୍କ ଠାରୁ ଦଶ କିଲୋ ଗଞ୍ଜେଇ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ସେ ଗଞ୍ଜେଇ ବେପାର ପାଇଁ ଗଞ୍ଜେଇ ମହଜୁଦ ରଖିଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ସେହିଭଳି ନାଲକୋ ନିକଟସ୍ଥ ଗିରାଙ୍ଗ ଗାଁରେ ଚଢାଉ କରି ଅବକାରୀ ବିଭାଗ ୧୨୦ ଗ୍ରାମ ବ୍ରାଉନସୁଗାର୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଭିଯୁକ୍ତ ଜଣଙ୍କ ସେହି ଗାଁର ମୁନା ବେହେରା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ସେ ଅନେକ ଦିନ ହେଲା ଏହି ବ୍ରାଉନସୁଗାର୍ ବେପାର କରି ଆସୁଥିବା ବେଳେ ଅବକାରୀ ଓ ପୁଲିସ ସ୍କାନରରେ ରହିଥିଲା । ଶେଷରେ ବକରୀ ବିଭାଗ ତାକୁ ଧରିବାରେ ସଫଳ ହୋଇଛି । Advertisement
ବିବାହ ନାଁରେ ମହିଳାଙ୍କୁ ଠକେଇ । ରସିକିଆ ଧୂର୍ତ୍ତକୁ ବାନ୍ଧିଲା ପୁଲିସ ଅନୁଗୁଳ – ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ , ରସିକିଆ ଧୂର୍ତ୍ତ ବିରଞ୍ଜି ନାରାୟଣ ନାଥଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି ।…
ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ – ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ବଅଁରପାଳ ଥାନା ଅଞ୍ଚଳର ଏକ ବଳାତ୍କାର ମାମଲାରେ ଆଡ୍ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପିଆର୍…
ନକଲି ସୁନା ବିକିବାକୁ ଯାଇ ଧରା ପଡିଲେ ତିନି ଠକ ଅନୁଗୁଳ – ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସୁନା ପାଇଛୁ । ଆମେ ବିକିଦେବୁ , ଯାଞ୍ଚ କରି ଦେଖନ୍ତୁ , ଯଦି ଠିକ…