ବ୍ରାଉନସୁଗାର ଜବତ – ୩ ଗିରଫ

ବ୍ରାଉନସୁଗାର ଜବତ – ୩ ଗିରଫ

ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର କୋଲିୟାରୀ ପୁଲିସ ପ୍ରାୟ ତିନି ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଡ଼ଅଁରା ଗାଁର ଦିଲ୍ଲୀପ ବେହେରା , ବିରାଦରପଡାର ଅଖି ନାଏକ ଏବଂ ରେଣୁ ନାଏକ । ଅନେକ ଦିନ ହେଲା ତାଳଚେର କୋଳିୟାରୀ ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ବେଳେ ପୁଲିସ ସନ୍ଦେହ କରି ଏମାନଙ୍କ ଉପରେ ନଜର ରଖିଥିଲା । ଆଉ ଆଜି ଗ୍ରାହକ ଅପେକ୍ଷାରେ ଥିବା ବେଳେ ସୂଚନା ପାଇ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୨ . ୭୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଅଭିଯୁକ୍ତ ମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

What’s your Reaction?
+1
1
+1
0
+1
0
+1
0
+1
4
+1
0
+1
3

Leave a Reply