ଭେଣ୍ଡିଂ ଜୋନରୁ ବ୍ରାଉନସୁଗାର ଜବତ , ଚାରି ଗିରଫ

ଭେଣ୍ଡିଂ ଜୋନରୁ ବ୍ରାଉନସୁଗାର ଜବତ , ଚାରି ଗିରଫ

ଅନୁଗୁଳ – ପାର୍ବଣ ବେଳେ ଆକ୍ଟିଭ ମୋଡରେ ଅନୁଗୁଳ ଜିଲ୍ଲା ପୁଲିସ । ମୁଖ୍ଯତଃ ବ୍ରାଉନସୁଗାର ବେପାରୀ ଓ ବେପାର ଉପରେ ଏହି ସମୟରେ ପୁଲିସ କଡା ନଜର ରଖିଛି । ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଟାଉନ ହାଇସ୍କୁଲ ସମ୍ମୁଖରେ ଥିବା ଭେଣ୍ଡିଂ ଜୋନ୍ରୁ ବେପାର ପାଇଁ ପୁଡିଆ ବାନ୍ଧୁଥିବା ବେଳେ ଟାଉନ ଥାନା ପୁଲିସ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ନିର୍ଦେଶ କ୍ରମେ ଅନୁଗୁଳ ଏସ ଡି ପି ଓ ରମାକାନ୍ତ ମହାଳିକ ଏବଂ ଟାଉନ ଥାନା ଆଇଆଇସି ଧୀରେସ କୁମାର ଦାସ ବ୍ରାଉନ ସୁଗାର କାରବାର କରୁଥିବାର ବିଶେଷ ସୂତ୍ରରୁ ଖବର ପାଇ ଏକ ଟିମ୍ ଗଠନ କରି ଚଢାଉ କରିଥିଲେ । ଚଢାଉ ବେଳେ ଘଟଣା ସ୍ଥଳରେ ୫ ଜଣ ଯୁବକ ବ୍ରାଉନସୁଗାର ବିକ୍ରି ପାଇଁ ପୁଡିଆ ବାନ୍ଧୁଥିବା ଦେଖି କାବୁ କରିବାକୁ ଚେଷ୍ଟା କରିଥିଲେ ।  ହେଲେ ସେମାନଙ୍କ ମଧ୍ଯରୁ ଜଣେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଚାରି ଜଣକୁ ପୁଲିସ କାବୁ କରି ନେଇଥିଲା । ଜାଂଚ ବେଳେ ସେମାନଙ୍କ ନିକଟରୁ ୧୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ପୁଲିସ କାବୁ କରିଥିବା ୪ ଜଣଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି । ଗିରଫ ଅଭିଯୁକ୍ତ ମାନେ ହେଲେ ହେମସୁରପଡାର ମନୁ @ ମନୋଜ ଜେନା , ରାଜକିଶୋରପଡାର ମିର୍ଜା ଫିରୋଜ ବେଗ , ମିର୍ଜା ସଇଦ ବେଗ ଓ ଶିକ୍ଷକପଡାର ପ୍ରତାପ କୁମାର ନାଏକ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ଯ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଥିବା ବେଳେ ଏହି ବ୍ରାଉନସୁଗାର ବାଲେଶ୍ୱରରୁ ଅଣା ଯାଇ ଏଠାରେ ବେପାର କରାଯାଉଥିବା ସୂଚନା ମିଳିଛି । ଅଭିଯୁକ୍ତ ମାନଙ୍କ ଠାରୁ ଆଲୁମିନିୟମ ଫଏଲ, ୪ ଟି ମୋବାଇଲ ଫୋନ ଜବତ କରାଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Leave a Reply