୭ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ , ୪ ଗିରଫ

୭ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ , ୪ ଗିରଫ

ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଶନିବାର ୭୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗାଙ୍ଗୁଲି ସେଠ , ରାକେଶ କୁମାର ମହାନ୍ତି , ମୁକେଶ କୁମାର ସାହୁ ଓ ସୌଭଗ୍ଯ ସୁବୁଦ୍ଧି । ସମସ୍ତ ଅଭିଯୁକ୍ତ ନାଲକୋନଗର ଥାନା ବଳରାମପ୍ରସାଦ ଗାଁର ବୋଲି ଅବକାରୀ ବିଭାଗ ପକ୍ଷରୁ ସୁଚନା ମିଳିଛି । ସୁଚନା ଅନୁସାରେ ଗିରଫ ଅଭିଯୁକ୍ତ ମାନେ ନାଲକୋନଗର ଥାନା କନ୍ୟାବେଡା ଓ କେନ୍ଦୁପାଟଣା ଗାଁ ମୁଣ୍ଡରେ ଥିବା ବ୍ରିଜ ନିକଟରେ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୭୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ସେମାନଙ୍କ ନିକଟ୍ରୁ ଏକ ମୋଟରସାଇକେଲ ମଧ୍ଯ ଜବତ କରା ଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭ ଲକ୍ଷ ୪୦ ହଜାର ଟଙ୍କା ହେବ ।

What’s your Reaction?
+1
1
+1
0
+1
1
+1
0
+1
2
+1
0
+1
1

Leave a Reply