ଅପରାଧ ଆଠ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ , ଜଣେ ଗିରଫ Angul OnlineMarch 9, 2023March 9, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର କୋଲିୟାରୀ ପୁଲିସ ହାବୁଡ଼ରେ ବ୍ରାଉନସୁଗାର ବେପାରୀ । କାରରେ ବିକ୍ରି କରିବାକୁ ଯାଉଥିବା ବେଳେ ତା ନିକଟରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ତାଳଚେର ବାଘୁଆବୋଲ ଗାଁର ପ୍ରଶାନ୍ତ କୁମାର ସାହୁ । ପ୍ରଶାନ୍ତ ଏକ ଟାଟା ଟିଗର କାରରେ ବାଘୁଆବୋଲରୁ ଦେଉଳବେଡା ଅଞ୍ଚଳକୁ ଯାଉଥିବା ବେଳେ ବାଟରେ ପୁଲିସ ତାକୁ ଅଟକାଇ ଜାଞ୍ଚ କରିଥିଲା । ଜାଞ୍ଚ ବେଳେ କାର ଡିକିରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ହେବ । ତାଳଚେର କୋଲିୟାରୀ ପୁଲିସ ପ୍ରଶାନ୍ତର କାର ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରିଛି । Advertisement
ଜେଲ ଗଲେ କୋଟିପତି ଜେଇ ଅନୁଗୁଳ – ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ ଜେଇ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ…
ମୋବାଇଲରେ ଖେଳ ହେଲା କାଳ – ବାପ-ମା ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଲା ସାଇବର ଲୁଟେରା ଅନୁଗୋଳ – ବାପା-ମା ଙ୍କ ମୋବାଇଲରେ ପୁଅ ଖେଳିବା ବାପ-ମାଙ୍କ ପାଇଁ କାଳ ହୋଇଛି । ପୁଅର ସାମାନ୍ୟ ଭୁଲ ଯୋଗୁଁ ବାପ-ମାଙ୍କ ଆକାଉଣ୍ଟରୁ ୨ ଲକ୍ଷ…
ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କଲେଇପଦା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଗଛରେ ଆଜି ଦେଖିବାକୁ ମିଳିଛି । ଏହା ହତ୍ୟା ନା…