ଅପରାଧ ୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ Angul OnlineJuly 26, 2023July 26, 2023 ଅନୁଗୋଳ – ଅନୁଗୋଳ ଅବକାରୀ ବିଭାଗକୁ ବ୍ରାଉନସୁଗାର ବେପାରୀଙ୍କୁ ଧରିବାରେ ଆଉ ଏକ ସଫଳତା ମିଳିଛି । ତାଳଚେର ସମଲ ଅଞ୍ଚଳରେ ବ୍ୟାପକ ଭାବେ ଏହି କାରବାର ବଢି ଚାଲିଥିବା ବେଳେ ଆଜି ସେହି ଅଞ୍ଚଳରୁ ବିଜୟ ସାହୁ ନାମକ ଜଣେ ବ୍ରାଉନସୁଗାର ବେପାରିକୁ ତାଳଚେର ଅବକାରୀ ବିଭାଗ ଗିରଫ କରିଛି । ସୂଚନା ଅନୁସାରେ ସମଲ ଥାନା ସିଲଙ୍ଗ ଗାଁର ବିଜୟ ସାହୁ ବ୍ରାଉନସୁଗାର ଧରି ବିକ୍ରି କରିବାକୁ ଗରାଖ ଅପେକ୍ଷାରେ ଥିବା ତାଳଚେର ଅବକାରୀ ଥାନା ଅଧିକାରୀ କୁଳମଣି ମହାରଣା ଖବର ପାଇଥିଲେ । ଖବର ପାଇବା ପରେ ସେ ସଦଳବଳେ ପବିତ୍ରନଗର ଠାରେ ବିଜୟକୁ କାବୁ କରି ନେଇଥିଲେ । ଜାଞ୍ଚ ବେଳେ ତା ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ହେବ । ଅବକାରୀ ବିଭାଗ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତା ନିକଟରୁ ଏକ ମୋଟରସାଇକେଲ ମଧ୍ୟ ଜବତ କରିଛି । Advertisement
ଧାନ ଚୋର କରିବାକୁ ଯାଇ ଖୁଣ୍ଟରେ ବନ୍ଧା ହେଲେ ଯୁବକ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମର ଧାନ ମିଲରୁ ଧାନ ବସ୍ତା ଚୋରି କରିବା ବେଳେ ଯୁବକ ଧରା ପଡ଼ିବା ପରେ ତାଙ୍କୁ…
ସହର ଉପକଣ୍ଠରୁ ୧୦୦ କେଜି ଗଞ୍ଜେଇ ଜବତ – ୨ ଗିରଫ ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅନୁଗୁଳ ଅବକାରୀ ବିଭାଗ ହାବୁଡ଼ରେ ଧରା ପଡିଲେ ଦୁଇ ଗଞ୍ଜେଇ ବେପାରୀ । ସେମାନଙ୍କ ନିକଟରୁ…
ନାବାଳକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ସହରରୁ ଖେଳୁଥିବା ବେଳେ ଜଣେ ନାବାଳକକୁ ଅପହରଣ କରି ନେଇଥିବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…