ଅନୁଗୁଳ – ରାସ୍ତା ଉପରେ ଜଳିଗଲା ବୁଲେଟ । ଆଉ ନିମିଷକ ମଧ୍ୟରେ ହୁତୁହୁତୁ ହୋଇ ଜଳି ପାଉଁଶ ପାଲଟିଗଲା । ଦେଖଣାହାରୀ ହୋଇ ରହିଗଲେ ଗାଡି ମାଲିକ ଆଉ ସ୍ଥାନୀୟ ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କୁମଣ୍ଡ ଠାରେ । ସୂଚନା ଅନୁସାରେ ସର୍ବେଶ୍ଵର ବିଶ୍ଵାଳ ନାମକ ଜଣେ ବ୍ୟକ୍ତି ତାଙ୍କ ବୁଲେଟରେ ଅନୁଗୁଳରୁ ଜିନ୍ଦଲ ଆଡକୁ ଯାଉଥିବା ବେଳେ କୁମଣ୍ଡ ଠାରେ ଥିବା ଏକ ହୋଟେଲ ସାମ୍ନାରେ ଗାଡିକୁ ଅଟକାଇ ଖାଇବାକୁ ଯାଇଥିଲେ । ରାସ୍ତା କଡରେ ତାଙ୍କ ବୁଲେଟଟି ଛିଡା ହୋଇଥିବା ବେଳେ ହଠାତ ଧୂଆଁ ବାହାରିବା ସହ ନିଆଁ ଲାଗି ଯାଇଥିଲା । ଆଉ ସଙ୍ଗେ ସଙ୍ଗେ ନିଆଁ ହୁ ହୁ ହୋଇ ଜାଲିଥିଲା । କେହି କିଛି ବୁଝିବା ଆଗରୁ ନିଆଁ ଖୁବ ଜୋରରେ ଲାଗିବାରୁ ଭୟରେ କେହି ପାଖ ପଶି ନଥିଲେ । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ।
What’s your Reaction?
+1
+1
+1
+1
+1
+1
+1