ମୁଖ୍ୟ ଖବର ବସ ଡ୍ରାଇଭରଙ୍କ ଦାଦାଗିରି – ଦମକଳକୁ ଅଟକାଇ ଗାଳି Angul OnlineOctober 25, 2022October 25, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବୁଢାପଙ୍କ ଫାଟକ ନିକଟରେ ଆଜି ଡଲଫିନ ନାମକ ଏକ ଘରୋଇ ଯାତ୍ରୀବାହି ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ଜରୁରିକାଳୀନ ସେବାରେ ଯାଉଥିବା ଏକ ଦମକଳ ଗାଡିକୁ ଅଟକାଇ ଦୀର୍ଘ ସମୟ ଗାଳିଗୁଲଜ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ଫାଟକ ସମ୍ମୁଖରେ ରାତି ପ୍ରାୟ ୮ ଟା ରେ ଅନୁଗୁଳରୁ କଲିକତା ଯାଉଥିବା ଡଲଫିନ ନାମକ ଯାତ୍ରୀବାହୀ ବସ ଅନ୍ୟ ଏକ ଗାଡିକୁ ଓଭରଟେକ କରି ଯାଉଥିବା ବେଳେ ବୁଢାପଙ୍କ ଗେଟ ନିକଟରେ ଦମକଳ ବାହିନୀ ଗାଡି ବୁଲାଇବା ସମୟରେ ଦୁଇ ଗାଡି ସାମ୍ନା ସାମ୍ନି ହେଇ ଯାଇଥିଲେ । ତେବେ ଏହା ପରେ ବସ ଡ୍ରାଇଭର ଆଉ ଗାଡିକୁ ସାଇଡ ନକରି ଛିଡା କରି ଦେଇଥିଲେ । ଯାହା ଫଳରେ ଦମକଳ ଗାଡିଟି ଯାଇ ପାରି ନଥିଲା । ଏହାକୁ ନେଇ ବସ ଡ୍ରାଇଭର ଓ ଦମକଳ ବାହିନୀ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ପ୍ରାୟ ୧୫ ମିନିଟରୁ ଊର୍ଦ୍ଧ୍ଵ ସମୟ ଏଭଳି ଯୁକ୍ତିତର୍କ ଲାଗି ରହିଥିବା ବେଳେ ସ୍ଥାନୀୟ ଲୋକ ବୁଝାସୁଝା କରିବା ପରେ ବସ ସାଇଡ ଦେଇଥିଲା । ତେବେ ଏଭଳି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଯାତ୍ରୀବାହୀ ବସ୍ ଡ୍ରାଇଭରଙ୍କ ଦବଙ୍ଗଗିରି ଯୋଗୁଁ ଜରୁରିକାଳୀନ ସେବାରେ ନିୟୋଜିତ ଦମକଳ ବାହିନୀକୁ ଦହଗଞ୍ଜ ହେବାକୁ ପଡିଛି । Advertisement
ଭିଜିଲାନ୍ସ ଜାଲରେ ଅମୀନ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅମୀନ। ଅନୁଗୋଳ ଜିଲ୍ଲା କଣିହାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ ଲାଞ୍ଚ ନେଉଥିବା ବେଳେ ଜଣେ…
ଲକ୍ଷ୍ମୀ ବସ ଚାଳକଙ୍କ ବେପରୁଆ ଗାଡି ଚାଳନା – କାବୁ କରି ପୁଲିସର ଜିମା ଦେଲେ ଲୋକ ଅନୁଗୁଳ -ପାର୍କିଂରେ ଥିବା ଗାଡିକୁ ପଛରୁ ଧକ୍କା ଦେଲା ଲକ୍ଷ୍ମୀବସ । ଅନୁଗୁଳ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ପାର୍କିଂ ହୋଇଥିବା ଦୁଇଟି କାରକୁ ପଛରୁ ଧକ୍କା ଦେବା…
ହିନ୍ଦୁ ଧର୍ମକୁ ଫେରିଲେ ୧୨ ଖ୍ରୀଷ୍ଟ ଧର୍ମାବଲମ୍ବୀ ପରିବାର ଅନୁଗୁଳ – ଅନୁଗୁଳ ଜିଲ୍ଲାର ପୋକତୁଙ୍ଗା ଗାଁରେ ପ୍ରାୟ ୧୨ ଟି ଖ୍ରୀଷ୍ଟିଆନ ପରିବାର ହିନ୍ଦୁ ଧର୍ମକୁ ଫେରିଛନ୍ତି । ଏଥିପାଇଁ ଗାଁର ରଣେଶ୍ୱର ମନ୍ଦିରରେ ଏକ…