ଅପରାଧ କାରରୁ ଗଞ୍ଜେଇ ଜବତ – ୨ ଗିରଫ Angul OnlineMarch 13, 2022March 13, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଉଦିତନଗର ଛକ ୪୯ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଚୋରାଚାଲଣ ହେଉଥିବା ଖବର ପାଇ ପାଲଲହଡା ପୁଲିସ ଏକ ସ୍ୟାଣ୍ଟ୍ରୋ କାରକୁ ଜବତ କରଛି । ସେଥିରୁ ୩୭ କେଜି ଗଞ୍ଜେଇକୁ ଜବତ କରିବା ସହ ୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ଅଞ୍ଚଳର ସପନ ରୟ ଏବଂ ଅନ୍ୟ ଜଣେ ବିହାର ଅଞ୍ଚଳର ସୁକାନ ଯାଦବ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୭ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି । ଏହି ଗଞ୍ଜେଇ ଚୋରା କାରବାର ଆଉ କେଉଁ ମାନଙ୍କର ହାତ ରହିଛି ତାହା ଜାଣିବା ପାଇଁ ଗିରଫ ବ୍ୟକ୍ତିଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି । Advertisement
କେନାଲରୁ ନବ ଜାତ ଶିଶୁର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହରର ଅମଲାପଡା ବଡ କେନାଲରେ ଆଜି (ମଙ୍ଗଳବାର) ଏକ ନବଜାତ ଶିଶୁର ମୃତ ଦେହ ଭାସୁ ଥିବାର ଦେଖିବାକୁ ମିଳିଥିଲା । କେହି…
୪୨ ଗ୍ରାମ ବ୍ରାଉନ ସୁଗାର ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା କୋଳିୟାରୀ ଥାନା ଦେଉଳବେଡା କଲୋନୀ ଅଞ୍ଚଳରୁ ପୁଲିସ ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…
ଗୋରୁ ଚାଲାଣ ବେଳେ ଧରା ପଡିଲା ଟ୍ରକ – ଶତାଧିକ ଗୋରୁ ଜବତ ପାଲଲହଡା – ଜାତୀୟ ରାଜପଥ ୪୯ ରେ ବେଆଇନ ଗୋରୁ ଚାଲାଣ ବେଳେ ପାଲଲହଡ଼ା ପୁଲିସ ଧରିବାକୁ ସକ୍ଷମ ହୋଇଛି । ଏହା ସହ ଚାଲାଣ ହେଉଥିବା…