ଅପରାଧ ଟ୍ରେନରେ ମୁମ୍ବାଇ ଗଞ୍ଜେଇ ଚାଲାଣ ବେଳେ ଧରିଲା ରେଲୱେ ପୁଲିସ Angul OnlineDecember 13, 2021December 13, 2021 ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ନିକଟରେ ଆଜି (ସୋମବାର) ଦିନ ପ୍ରାୟ ଦଶଟା ବେଳେ ଭୁବନେଶ୍ୱରରୁ ଲୋକମାନ୍ୟତିଳକ ଯାଉଥିବା ଟ୍ରେନରୁ ଅନୁଗୁଳ ରେଲୱେ ପୁଲିସ ତିନୋଟି ବ୍ୟାଗ ଗଞ୍ଜେଇ ଜବତ କରିଛି । ଟ୍ରେନର ଏକ ଏସି ବଗିରେ ଟିଟିଇ ଚେକିଂ କରୁଥିବା ବେଳେ ଏହି ତିନୋଟି ଟ୍ରଲି ବ୍ୟାଗ ଦେଖି ଟିଟିଇଙ୍କର ସନ୍ଦେହ ହୋଇଥିଲା । ବ୍ୟାଗ କାହାର ବୋଲି ପଚାରି ବୁଝିବା ବେଳେ କୌଣସି ଯାତ୍ରୀ ବ୍ୟାଗ ବାବଦରେ ମୁହଁ ନ ଖୋଲିବାରୁ ରେଲୱେ ପୂଲିସ ଏହି ତିନୋଟି ବ୍ୟାଗକୁ ଜବତ କରିଥିଲା । ଏହି ଗଞ୍ଜେଇ ମୁମ୍ବାଇ ଚାଲାଣ କରାଯାଉଥିଲା ବୋଲି ସନ୍ଦେହ କରା ଯାଉଥିବା ବେଳେ ରେଲୱେ ପୁଲିସ ଅନୁଗୁଳ ଅବକାରୀ ବିଭାଗକୁ ଗଞ୍ଜେଇ ହସ୍ତାନ୍ତର କରିଥିବା ଜଣା ପଡିଛି । Advertisement
ଘରେ ଚଳାଇଥିଲେ ସେକ୍ସ ରାକେଟ – ୨ ରୂପଜୀବୀ ଉଦ୍ଧାର – ୪ ଗିରଫ ଅନୁଗୁଳ – ଅନୁଗୁଳ ମଦନମୋହନ ପଡାରେ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ପୁଲିସ । ସୂଚନା ଅନୁସାରେ ଗତ ୨୯ ତାରିଖ ଶନିବାର ସନ୍ଧ୍ୟାରେ ଅନୁଗଗୁଳ…
ଭିଜିଲାନ୍ସ ଜାଲରେ ଅମୀନ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅମୀନ। ଅନୁଗୋଳ ଜିଲ୍ଲା କଣିହାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ ଲାଞ୍ଚ ନେଉଥିବା ବେଳେ ଜଣେ…
ସ୍ବାମୀର ମାଡରେ ସ୍ତ୍ରୀ ମୃତ – ପରକ୍ରିୟା ସନ୍ଦେହରେ ହତ୍ୟା ଅଭିଯୋଗ ଅନୁଗୁଳ – ପରକ୍ରିୟା ସନ୍ଦେହରେ ସ୍ତ୍ରୀକୁ ମାଡ ମାରିଲା ସ୍ଵାମୀ । ସ୍ବାମୀର ମାଡରେ ଟଳି ପଡିଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟନା ଅନୁଗୁଳ ଜିଲ୍ଲା…