ସ୍ୱାସ୍ଥ୍ୟ ପୋକତୁଙ୍ଗା ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଜାତୀୟ ଗୁଣବତ୍ତା ମାନକ ପ୍ରମାଣ ପତ୍ର Angul OnlineFebruary 13, 2024February 13, 2024 ଅନୁଗୁଳ – ଅନୁଗୁଳ ବ୍ଲକ ପୋକତୁଙ୍ଗା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଗୁଣବତ୍ତା ନିଶ୍ଚିତତା ମାନକ ପ୍ରମାଣ ପତ୍ର । ଜନସ୍ୱାସ୍ଥ୍ୟ ସେବାରେ ଗୁଣାତ୍ମକ ମାନ ବୃଦ୍ଧି ସହ ରୋଗୀ ଅଧିକାର,ଗୋଷ୍ଠୀ ସ୍ତରୀୟ କ୍ଲିନିକାଲ୍ ସେବା,ସଂକ୍ରମଣ ନିୟନ୍ତ୍ରଣ, ସେବା ଗୁଡିକରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ମିଳିଛି ଏହି ଜାତୀୟ ସ୍ୱୀକୃତି । ଯାହାକି ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ବିକାଶର ଜାତୀୟ ସ୍ତର ମାନଦଣ୍ଡ ପୂରଣ କରିଛି । କିଛି ଦିନ ତଳେ ଜାତୀୟ ସ୍ତରୀୟ ଏକ ଟିମ ଏହି କେନ୍ଦ୍ରକୁ ଆସି ଆକଳନ କରି ସନ୍ତୋଷ ପ୍ରକାଶ କରିଥିଲେ । ଏହି ସ୍ୱୀକୃତି ମିଳିଲା ପରେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦର ଲହର ଖେଳି ଯାଇଛି । ପୋକତୁଙ୍ଗା ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ସମେତ ସମସ୍ତ ଆଶା କର୍ମୀ ,ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମର ବୁଦ୍ଧିଜୀବୀ ଖୁସି ବ୍ୟକ୍ତ କରିଛନ୍ତି । Advertisement
ଟେଷ୍ଟିଂ ପାଇଁ ହେଉଛି ଭିଡ଼ – ଲାଇନ ଲଗାଇଲା ଆଧାର କାର୍ଡ ଅନୁଗୁଳ – ଦ୍ୱିତୀୟ ଲହରରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ଟେଷ୍ଟିଂ ଉପରେ ଯେତିକି ଗୁରୁତ୍ୱ ଦିଆ ଯାଉଛି ଭ୍ୟାକ୍ସିନେସନ ବା ଟିକାକରଣ ଉପରେ…
ଜିଲ୍ଲାରେ ୧୪ ନୂଆଁ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନିଯୁକ୍ତ ହେବେ ୧୪ ଜଣ ନୂଆଁ ଡାକ୍ତର । ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତି ପାଇଁ ରାଜ୍ୟ ସରକାର ଗତ ଶୁକ୍ରବାର…
ଡାକ୍ତର ଗୋକୁଳାନନ୍ଦ ବେହେରାଙ୍କ ପରଲୋକ ଅନୁଗୋଳ – ଅନୁଗୋଳର ଜଣାଶୁଣା ବରିଷ୍ଠ ମେଡ଼ିସିନ ସ୍ପେସିଆଲିଷ୍ଟ,(ଅବସରପ୍ରାପ୍ତ) ଡ଼ଃ ଗୋକୁଳାନନ୍ଦ ବେହେରାଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବୟସ ହୋଇଥିବା…