ମୁଖ୍ୟ ଖବର ଇନ୍ସପେକ୍ଟର ସ୍ତରରେ ଅଦଳବଦଳ Angul OnlineJuly 7, 2023July 7, 2023 ଅନୁଗୋଳ – ଉତ୍ତର କେନ୍ଦ୍ରାଞ୍ଚଳ ଡି ଆଇ ଜି ରେଞ୍ଜ ପକ୍ଷରୁ ଶୁକ୍ରବାର ଇନ୍ସପେକ୍ଟର ସ୍ତରରେ ଏକ ଅଦଳବଦଳ ହୋଇଛି । ପତ୍ର ସଂଖ୍ୟା ୯୮/୦୭.୦୭.୨୦୨୩ ଅନୁସାରେ ଇନ୍ସପେକ୍ଟର ଧୀରେନ କୁମାର ବେହେରା , ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ , ଦୀପିକା ଦେବୀ ରାୟ , ନରେଶ କୁମାର ସାହୁ ଓ ପ୍ରିୟବ୍ରତ ଦାସଙ୍କୁ ଅନୁଗୋଳ ଜିଲ୍ଲାରୁ ଢେଙ୍କାନାଳ ଜିଲ୍ଲାକୁ , ସତ୍ୟବ୍ରତ ରାଉତ ଓ ଯାଜ୍ଞସେନି ପ୍ରଧାନଙ୍କୁ ଦେବଗଡ଼ ଜିଲ୍ଲାକୁ ବଦଳି କରା ଯାଇଛି । ସେହିଭଳି ଢେଙ୍କାନାଳ ଜିଲ୍ଲାର ଇନ୍ସପେକ୍ଟର ନିର୍ମଳା ଗୋଛାୟତ ଓ ସରୋଜିନୀ ସାମତଙ୍କୁ ଢେଙ୍କାନାଳ ଜିଲ୍ଲାରୁ ଅନୁଗୋଳ ଜିଲ୍ଲାକୁ , ଦେବଗଡ ଜିଲ୍ଲାର ସନ୍ତୋଷ କୁମାର ସେଠୀ ଓ ଲଳିତା ପ୍ରଧାନଙ୍କୁ ଅନୁଗୋଳ ଜିଲ୍ଲାକୁ ବଦଳି କରାଯାଇଛି । ସେହିଭଳି ଅନୁଗୋଳ ଜିଲ୍ଲାରୁ ୬୪ ଜଣ ଟ୍ରେନି ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟରଙ୍କୁ ଟ୍ରେନିଂ ସମାପ୍ତ ପରେ ବିଭିନ୍ନ ଜିଲ୍ଲାକୁ ପ୍ରେରଣ କରାଯାଇଛି । Advertisement
କେନାଲରେ ବୁଡି ଦୁଇ ନାବାଳକ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ । କେନାଲରେ ଗାଧେଇବା ବେଳେ ପାଣିରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ସୂଚନା ଅନୁସାରେ…
ଗୋଟିଏ ଦିନରେ କରୋନା ନେଲା ୫ ଜୀବନ ଭୁବନେଶ୍ଵର – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଆଜି ଏହି ଅଦୃଶ୍ୟ ଭୂତାଣୁ ୫ ଜଣଙ୍କ ଜୀବନ ନେଇଛି…
ବିଦ୍ୟୁତ କର୍ମଚାରୀଙ୍କୁ ମାଡ ମାରି ଗିରଫ ହେଲେ ହୋଟେଲ ମାଲିକ ଅନୁଗୁଳ – ଚୋରୀ କରି ବିଦ୍ୟୁତ ବ୍ୟବହାର କରୁଥିଲେ , ଆଉ ସେହି ବେନିୟମ ବିଦ୍ୟୁତ କନେକସନ କାଟିବାକୁ ଯାଇଥିବା ବେଳେ ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ…